ଭାବୀ ଜ୍ୱାଇଁଙ୍କୁ ସ୍ମୃତି ଇରାନୀଙ୍କ ଚେତାବନୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ପୁଣି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏଥର ରାଜନୀତିକୁ ନେଇ ନୁହେଁ ବରଂ ଭାବୀ ଜ୍ୱାଇଁଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଇନ୍‍ଷ୍ଟାଗ୍ରାମରେ ଏକ ଫଟୋକୁ ନେଇ ନିଜ ଭାବୀ ଜ୍ୱାଇଁଙ୍କୁ ସ୍ମୃତି ଇରାନୀ ମଜାଦାର ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ସ୍ମୃତିଙ୍କ ଝିଅ ଜୋଶ ଇରାନୀ ତାଙ୍କ ବନ୍ଧୁ ଅର୍ଜୁନ ଭାଲାଙ୍କ ସହ ମୁଦି ଫଟୋ ସ୍ମୃତି ଇରାନୀ ଇନଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି।

ନିର୍ବନ୍ଧ ଫଟୋ ଶେୟାର କରି ସ୍ମୃତି ଇରାନୀ ଏକ ଚମତ୍କାର ଢଙ୍ଗରେ କ୍ୟାପସନ ଲେଖିଥିବା ଦେଖିବାକୁ ମିଳିଛି । ସ୍ମୃତି ତାଙ୍କ କ୍ୟାପସନରେ ଲେକିଛନ୍ତି, ଏହି ପୋଷ୍ଟ ଟି କେବଳ ଆମ ହୃଦୟକୁ ନେଇଥିବା ବ୍ୟକ୍ତିଙ୍କ ପାଇଁ । ମୋ ପରି ଖରାପ ଶାଶୂଙ୍କୁ ଭଟେବାକୁ ପଡ଼ିବ । ଆମ ପାଗଳ ପରିବାର ତୁମକୁ ସ୍ୱାଗତ କରୁଛି । ଭଗବାନ ତୁମର ମଙ୍ଗଳ କରନ୍ତୁ ।

Comments are closed.