ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ନୁହେଁ ରାଜନୀତି କରିବା ପାଇଁ ହାଥରସ୍‌ ଯାଉଛନ୍ତି ରାହୁଲ ଗାନ୍ଧୀ : ସ୍ମୃତି ଇରାନୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ହାଥରସ୍‌ରେ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି ଇରାନୀ କହିଛନ୍ତି ଯେ ଲୋକମାନେ ଜାଣନ୍ତି ରାହୁଲ ଗାନ୍ଧୀଙ୍କ ହାଥରସ୍‌ ଗ୍ରସ୍ତ କେବଳ ରାଜନୀତି କରିବାର ଉଦେଶ୍ୟ । ତାଙ୍କ ଗସ୍ତ ସହ ପୀଡିତାକୁ ନ୍ୟାୟ ଦେବାପାଇଁ କୌଣସି ସମ୍ପର୍କ ନାହିଁ । ସ୍ମୃତି ଇରାନୀ ଆହୁରୀ ମଧ୍ୟ କହିଛନ୍ତି ଯେ ଲୋକମାନେ କଂଗ୍ରେସର ଏହି ରଣନୀତି ବିଷୟରେ ଅବଗତ ଅଛନ୍ତି ତେଣୁ ସେମାନେ ୨୦୧୯ ରେ ବିଜେପି ପାଇଁ ଏକ ଐତିହାସିକ ବିଜୟ ନିଶ୍ଚିତ କରିଥିଲେ ।


ସୂଚନାଯୋଗ୍ୟ ଗତ ଗୁରୁବାର ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧା ରାସ୍ତାରେ ଅଟକାଇ ଦିଆଯାଇଛି। ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ହାଥରସ ଯାଉଥିଲେ । ତେବେ ପୁଲିସ ଅଟକାଇବାରୁ ଗ୍ରେଟର ନୋଏଡା ଆଗକୁ ବଢିପାରିନଥିଲେ । ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କଂଗ୍ରେସର ୨ଶହରୁ ଅଧିକ ନେତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା ପୁଲିସ । ଏହାରି ମଧ୍ୟରେ ପୁଣିଥରେ ରାହୁଲ ଗାନ୍ଧୀ ହାଥରସ ଗସ୍ତରେ ଯିବେ ବୋଲି ଜଣାପଡିଛି । ଏନେଇ ରାହୁଲ ଟ୍ବିଟ କରି କହିଛନ୍ତି ଯେ ହାଥରସର ପୀଡିତାଙ୍କ ପରିବାର ସହ ଭେଟିବା ଓ ସେମାନଙ୍କ ଦୁଃଖ ଶୁଣିବାରରେ ତାଙ୍କୁ ଦୁନିଆର କୌଣସି ଶକ୍ତି ରୋକିପାରିବ ନାହିଁ ।


 

Comments are closed.