ଧୂମପାନ କାଳ ହେଲା , ସିଗାରେଟ ନିଆଁରେ ଜଳିଗଲା ଗାଡି

0

ବେଜିଂ . – ଧୂମପାନ କରିବା  ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ । କେବଳ ସେତିକି ନୁହେଁ ଏଥିଯୋଗୁଁ ଧନହାନୀ ମଧ୍ୟ ହୋଇଥାଏ । ଧୂମପାନ କରିବାର ଅନ୍ୟ କ୍ଷତିକାରକ ପ୍ରସଙ୍ଗ ବି ରହିଛି । ଧୂମପାନ ଯୋଗୁଁ ଜଣଙ୍କର ଗାଡି ଜଳିଯାଇଥିବାର ଘଟଣା ଚୀନ୍‌ରେ ଦେଖିବାକୁ ମିଳିଛି ।

ଦକ୍ଷିଣ ଚୀନରେ ଜଣେ ଡ୍ରାଇଭର ଟ୍ରକ ଚଳାଉଥିବା ବେଳେ ଧୂମପାନ କରୁଥିଲେ । ଏହି ସମୟରେ ସେ ସିଗାରେଟ୍‌ଟି ପଛକୁ ଫିଙ୍ଗି ଦେଇଥିଲେ। ସିଗାରେଟ୍‌ଟି ଉଡିଯାଇ ତାଙ୍କ ଗାଡି ପଛ ପାଖରେ ପଡିଥିଲା।  ଟ୍ରକ ପଛରେ କିଛି ପ୍ଲାଷ୍ଟିକ ସାମଗ୍ରୀଥିଲା । ସେଥିରେ ନିଆଁ ଲାଗିଯାଇଥିଲା । ହେଲେ ସୌଭାଗ୍ୟ ବଶତଃ ପାଖା ପାଖି ଥିବା ଲୋକମାନେ ନିଆଁ ଲିଭା ଯନ୍ତ୍ର ଆଣି ନିଆଁ ଲିଭାଇ ଥିଲେ । ହେଲେ ଟ୍ରକର ଅନେକାଂଶ ଜଳିଯାଇଥିଲା । ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave A Reply