ସାବଧାନ! ଧୂମପାନ କରିପାରେ କରୋନାକୁ ନିମନ୍ତ୍ରଣ

ଚେତାବନୀ ସହ ସଚେତନତାମୂଳକ ଭିଡ଼ିଓ ପୋଷ୍ଟ କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ଧୂମପାନ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । କରୋନା ସମୟରେ ଧୂମପାନ ଆପଣଙ୍କ ପାଇଁ ବିପଦ ଡ଼ାକି ଆଣିପାରେ । ଧୂମପାନ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ କରୋନା ସଂକ୍ରମଣ ଆଶଙ୍କା ବେଶୀ ବୋଲି ଚେତାଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଆସନ୍ତା ୩୧ ତାରିଖରେ ‘ନୋ ଟବାକୋ ଡ଼େ’ ଅବସରରେ ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଏକ ଭିଡ଼ିଓ ମଧ୍ୟ ସେୟାର କରିଛି ।

ଧୂମପାନ କରୁଥିବା ବ୍ୟକ୍ତିଙ୍କର ଫୁସଫୁସ କ୍ୟାନ୍ସର, ଲଙ୍ଗସ କ୍ୟାନସର ଓ ହୃଦ୍ ରୋଗ ପରି ବେମାରୀ ହେବା ନେଇ ପୂର୍ବରୁ ଡ଼ାକ୍ତରମାନେ କହି ଆସିଛନ୍ତି । ଗୋଟିଏ ସିଗାରେଟ ଟାଣିଲେ ଜଣେ ବ୍ୟକ୍ତିର ଆୟୂଷ ୫ ମିନିଟ୍ କମିଯାଏ ବୋଲି ମଧ୍ୟ ସତର୍କ କରାଇଛନ୍ତି । ଏପରି ସ୍ଥିତିରେ ସିଗାରେଟ୍, ବିଡ଼ି ବ୍ୟବହାର କମିନାହିଁ । କିନ୍ତୁ କରୋନା ସଂକ୍ରମଣ ସମୟରେ ସିଗାରେଟ ଓ ବିଡ଼ି ଟାଣିବା ରୋଗକୁ ନିମନ୍ତ୍ରଣ କରିବା ସହ ସମାନ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏଥିପାଇଁ ଏକ ସଚେତନତା ଭିଡ଼ିସ ନିଜ ଟ୍ବିଟର ଆକାଉଣ୍ଟରେ ସ୍ଥାନ ଦେଇଛି ।

Comments are closed.