ନବରଙ୍ଗପୁରରେ ୪୦୦ ଅଙ୍ଗନୱାଡି କେନ୍ଦ୍ରକୁ ଉନ୍ନତମାନର ଚୂଲା ବିତରଣ

ନବରଙ୍ଗପୁର : ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କର ନବରଙ୍ଗପୁର ଗସ୍ତ ଅବସରରେ ମିଶନଶକ୍ତି ହଲ ପରିସରରେ ଉନ୍ନତମାନର ୪୦୦ ଚୁଲାକୁ ୪ଟି ବ୍ଲକର ୪୦୦ ଅଙ୍ଗନବାଡୀ କେନ୍ଦ୍ରକୁ ବିତରଣ କରିଛନ୍ତି। ଖଣିଜ ପଦାର୍ଥ  ପ୍ରଦ୍ୟୋଗିକ ସଂସ୍ଥାନ(ଆଇଏମଏମଟି)ଭୂବନେଶ୍ୱର ପକ୍ଷରୁ ନବରଙ୍ଗପୁର ଜିଲାର ୧୦୦୦ଟି ଅଙ୍ଗନୱାଡି କେନ୍ଦ୍ରରେ ଉନ୍ନତମାନର କମ୍‍ ଧୂଆଁ ବାହାରୁଥିବା ଚୂଲା ବିତରଣ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଆଜି ୪୦୦ ଚୁଲା ପାପଡାହାଣ୍ଡି, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ଡାବୁଗାଁବ୍ଲକର ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ବିତରଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଯୋଗଦେଇ ଜିଲାରେ ଚାଲିଥିବା ବିଜ୍ଞାନ ଓ କାରୀଗରୀ କୈାଶଳ ବିନିଯୋଗରେ ନବରଙ୍ଗପୁର ଜିଲାରେ ଆର୍ଥିକ, ସାମାଜିକ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ଦେଶର ୧୨ଟି ଅନୁଷ୍ଠାନ କାର୍ଯ୍ୟକରୁଥିବା ବେଳେ ଜିଲାର ୧୦୦୦ଟି ଅଙ୍ଗନୱାଡି କେନ୍ଦ୍ରରେ ଉନ୍ନତମାନର ଚୁଲା ବିତରଣ କରାଯିବ ବୋଲି କହିଥିଲେ। ଏହାଦ୍ୱାରା ଜଙ୍ଗଲ କ୍ଷୟକୁ ରୋକାଯାଇପାରିବା ସହ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯାଇ ପାରିବ ଲି କହିଥିଲେ। ସିଏସଆଇଆର-ଆଇଆଇଏମଟି, ଭୂବନେଶ୍ୱରର ପ୍ରଧାନ ବୈଜ୍ଞାନିକ ସ୍ନେହାଶିଷ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲୋ କରୋନା କାରଣରୁ ଜିଲର ୪ବ୍ଳକର ୧୨ ଜଣ ଅଙ୍ଗନବାଡୀ କର୍ମୀଙ୍କୁ ମନ୍ତ୍ରୀ ଶ୍ରୀଦାସ ସମେତ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତରା ଓ ଉପାଧ୍ୟକ୍ଷା ନିବେଦିତା ମହାନ୍ତି ଚୂଲା ପ୍ରଦାନ କରିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଜିଲା ସମାଜମଙ୍ଗଳ ଅଧିକାରୀ ସୁଚିତ୍ରା ମଲ୍ଲିକ, ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଜିଲା ମୁଖ୍ୟ କୃଷି ଅଧିକାରୀ ବ୍ରଜକିଶୋର ଲେଙ୍କା, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ ସମେତ ଅନ୍ୟନ୍ୟ ଅଧିକାରୀ ମାନେ ଯୋଗଦେଇଥିିଲେ। ସଂଯୋଜକ ପ୍ରଦୀପ କୁମାର ବକ୍ସି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.