ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ; ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ମସ୍କଟରୁ କୋଚିନ୍‌ ଯିବାକୁ ଥିବା ବିମାନରେ ଧୂଆଁ ଦେଖାଯିବା ପରେ ଉଡ଼ାଣ ବାତିଲ କରାଯାଇଛି। କୁହାଯାଉଛି ଯେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX ୪୪୨ ମସ୍କାଟରୁ କୋଚିନ୍‌କୁ ଉଡ଼ାଣ ଭରିବାକୁ ଯାଉଥିଲା। ସେହି ସମୟରେ ବିମାନରେ ଧୂଆଁ ଦେଖା ଦେଇଥିଲା। ଏହାପରେ ଉଡ଼ାଣ ବାତିଲ କରାଯାଇଥିଲା।

ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ଧୂଆଁ ବାହାରୁଥିବା ନେଇ ପଛରେ ଠିଆ ହୋଇଥିବା ଏକ ବିମାନ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ଉଡ଼ାଣ ବାତିଲ କରାଗଲା। ଦୁର୍ଘଟଣା ସମୟରେ ବିମାନରେ ୧୪୭ ଜଣ ଯାତ୍ରୀ ଏବଂ କ୍ରୁ ମେମ୍ବର ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

ଇଞ୍ଜିନିୟର ଦଳ ବିମାନର ଯାଞ୍ଚ କରୁଛନ୍ତି। ଏହି ଘଟଣା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯାତ୍ରୀମାନଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରୁଛି। ଯାହାଦ୍ୱାରା ଯାତ୍ରୀମାନଙ୍କୁ ମସ୍କଟରୁ କୋଚିନ୍ ଅଣାଯାଇପାରିବ।

Comments are closed.