ସ୍ମିତାରାଣୀ ମୃତ୍ୟୁ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଯାଜପୁର: ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଯାଜପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଙ୍ଘ ଓ ଗ୍ରାମ ରୋଜଗାର ସେବକ ସେବୀକା ସଙ୍ଘ ପକ୍ଷରୁ ବୁଧବାର ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମୃତକର ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଯାଜପୁର ଗାନ୍ଧିଛକ ଠାରୁ ଶତାଧିକ ପିଇଓ ଓ ଗ୍ରାମ ରୋଜଗାର ସେବକ ସେବୀକା ସଙ୍ଘ ଏକ ନିରବ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ଜିଲାପାଳଙ୍କ ନିମନ୍ତେ ଅତିରିକ୍ତ ଜିଲାପାଳଙ୍କୁ ତିନି ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜିଲାର ୧୦ଟି ବ୍ଲକରେ କାର୍ଯ୍ୟ କରୁଥିବା ୩୦୦ରୁ ଉର୍ଦ୍ଧ୍ବ ପିଇଓ ଓ ଗ୍ରାମସେବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Comments are closed.