ବନବାସୀ ଜରା ନିବାସ ଅନ୍ତେବାସୀଙ୍କ ମୁହଁରେ ଫୁଟିଲା ହସ, ସ୍ମାଇଲ୍ ଟିମ୍ ବାଣ୍ଟିଲା ଶୀତବସ୍ତ୍ର

ଫୁଲବାଣୀ:କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନୂଆସାହିସ୍ଥିତ ବନବାସୀ ଜରା ନିବାସରେ ରହୁଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଆଜି କନ୍ଧମାଳ ସ୍ମାଇଲ୍ ଟିମ୍ ବଂଟନ କରିଛି ଶୀତବସ୍ତ୍ର। ଏହି ଶୀତବସ୍ତ୍ର ଯୋଗୁଁ ଜରା ନିବାସରେ ଅନ୍ତେବାସୀଙ୍କ ମୁହଁରେ ହସ ଫୁଟିଥିବାର ଦେଖାଯାଇଛି। ଏହି ଅବସରରେ ଟିମ୍ ର ସଦସ୍ୟମାନେ କିଛି ସମୟ ଅନ୍ତେବାସୀଙ୍କ ସହିତ ସମୟ ବିତାଇବା ସହିତ ସେମାନଙ୍କର ବିଭିନ୍ନ ସୁବିଧା ଓ ଅସୁବିଧା ସଂପର୍କରେ ପଚାରିବୁଝିଥିଲେ।

 

କାର୍ଯ୍ୟକ୍ରମରେ ସ୍ମାଇଲ୍ ଟିମର ସଦସ୍ୟ ବିଜୟ ଲକ୍ଷ୍ମୀ ଭୋଇ , ଶୁଭଲକ୍ଷ୍ମୀ ଭୋଇ ,ଧରିତ୍ରିି ପ୍ରଧାନ, ଅନିଲ୍ କୁମାର ଦିଗାଲ ,ସୁବାଷ ଚନ୍ଦ୍ର ମଲିକ, ଶରତ କୁମାର କଟା, ଶରତ କୁମାର ମୁଖୀ, ଭକ୍ତିମୟୀ ବେହେରା, ସ୍ୱର୍ଣ୍ଣଲତା ପାତ୍ର, ଅନ୍ନପୂର୍ଣ୍ଣ ପ୍ରଧାନ ଓ ଅନ୍ୟମାନେ ସାମିଲ୍ ହୋଇଥିବାବେଳେ ଅନ୍ତେବାସୀମାନେ ମଧ୍ୟ ଫୁଲତୋଡ଼ା ଦେଇ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ।

Comments are closed.