ଭଲ ଫିଚର୍ସ ସହ ୧୫ହଜାରରୁ କମଦାମ ଥିବା ଏହି ପାଞ୍ଚୋଟି ସ୍ମାର୍ଟଫୋନ୍‍

0

ନୂଆଦିଲ୍ଲୀ : ଆଧୁନିକ ଓ ବ୍ୟସ୍ତବହୁଳ ଜୀବନଶୈଳୀରେ ସ୍ମାର୍ଟଫୋନକୁ ଏକ ଅପରିହାର୍ଯ୍ୟ ସାମଗ୍ରୀ ଭାବେ ବିବେଚନା କରାଯାଉଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ତେବେ ଆପଣ ଯଦି ସ୍ମାର୍ଟଫୋନ କିଣିବାକୁ ସ୍ଥିର କରିଛନ୍ତି। ଆସନ୍ତୁ ଜାଣିବା ୧୫୦୦୦ ଟଙ୍କା ମଧ୍ୟରେ କଣ ସବୁ ଭଲ ଫିଚରସ୍ ବିଶିଷ୍ଟ ମୋବାଇଲ ବଜାରରେ ରହିଛି।
ରେଡମି ୱାଇ-୨
ରେଡମି ୱାଇ-୨ରେ ୫.୯୯ ଇଞ୍ଚ ସ୍କ୍ରିନ ସହ ଏଚଡି ଡିସପ୍ଲେ ରହିଛି। ଏହାବ୍ୟତୀତ ୧୬ ମେଗାପିକସେଲ ଆଗ କ୍ୟାମେରା ସହ ୧୨ ଓ ୫ ମେଗାପିକସେଲ ପଛ କ୍ୟାମେରା, ୩,୦୮୦ ଏମଏଚର ବ୍ୟାଟେରୀ, ୩ଜିବି ରାମ ରହିଛି। ଏହି ସ୍ମାର୍ଟଫୋନର ଦାମ ୮,୯୯୦ ଟଙ୍କା ରହିଛି।

ଓପୋ ରିଏଲମି-୧
ଓଫୋ ରିଏଲମି-୧ରେ ୬ଇଞ୍ଚର ଏଲସିଡି ଡିସପ୍ଲେ ରହିଛି। ଏହାବ୍ୟତୀତ ଓପୋ ରିଏଲମି-୧ରେ ୧୩ ମେଗାପିକସେଲ ପଛ କ୍ୟାମେରା, ୮ମେଗାପିକସେଲ ଆଗ କ୍ୟାମେରା, ୩୪୧୦ ଏମଏଚ ବ୍ୟାଟେରି, ୩ଜିବି ରାମ ଆଦି ସୁବିଧା ରହିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୮,୯୯୦ ଟଙ୍କା ରହିଛି।
ଏମଆଇ-୧
ଏମଆଇ-୧ରେ ୫.୯୯ ଇଞ୍ଚ ସ୍କ୍ରିନ ରହିଥିବାବେଳେ ୧୩ ଓ ୫ ମେଗାପିକସେଲ ପଛ କ୍ୟାମେରା, ୮ ମେଗାପିକସେଲ ଆଗ କ୍ୟାମେରା, ୩ଜିବି ରାମ୍ ସହ ୩୨ଜିବି ଷ୍ଟୋରେଜ ଆଦି ସୁବିଧା ରହିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୧୦,୯୯୯ ରହିଛି।
ମୋଟୋ ଜି-୬
ମୋଟୋ ଜି-୬ ରେ ୫.୭ ସ୍କ୍ରିନ ରହିଛି। ଫୋନରେ ୧୨ ଓ ୫ ମେଗାପିକସେଲ ପଛ କ୍ୟାମେରା, ୮ ମେଗାପିକସେଲ ଆଗ କ୍ୟାମେରା, ୩୦୦୦ ଏମ୍‍ଏଚ୍‍, ୩ଜିବି ରାମ, ୩୨ ଜିବି ଷ୍ଟୋରେଜ ଆଦି ସୁବିଧା ରହିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି।
ରେଡମି ନୋଟ-୫ ପ୍ରୋ
ଏହି ସ୍ମାର୍ଟଫୋନରେ ୫.୯୯ ସ୍କିନ୍‍, ୧୨ ଓ ୫ ମେଗାପିକସେଲ ପଛ କ୍ୟାମେରା, ୨୦ ମେଗାପିକସେଲ ଆଗ କ୍ୟାମେରା, ୪୦୦୦ ଏମ୍‍ଏଚ୍‍ ବ୍ୟାଟେରୀ, ୪ଜିବି ରାମ ରହିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି।

Leave A Reply