୨ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

ବାଙ୍କୀ : ଗୁରୁବାର ଦିନ ବାଙ୍କୀ ବ୍ଲକ ଅଧିନ ବାଉଁଶପୁଟ ଓ ବନ୍ଦାଳ ଗ୍ରାମପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି କାର୍ଡ ବଣ୍ଟନ କରି ଗରିବ ଜନସାଧାରଣ ସ୍ମାର୍ଟ କାର୍ଡ ମାଧ୍ୟମରେ ପୁରୁଷ ୫ଲକ୍ଷ ଟଙ୍କା ଏବଂ ମହିଳା ମାନେ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସହାୟତା ମାଧ୍ୟମରେ ଆରୋଗ୍ୟ ହେବାର ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିଥିବା ସୂଚନା ଦେଇଛନ୍ତି। ସମ୍ମାନିତ ଅତିଥି ଭାବରେ ବାଙ୍କୀ ବିଡିଓ ପ୍ରଦୀପ୍ତ କୁମାର ଶତପଥି,ଜିଲ୍ଲାପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର,ସରଣ୍ଡା ଗଡର ବରିଷ୍ଠ ନେତା ଗତିକୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.