ସ୍ମାର୍ଟ ଟଏଲେଟ୍‌ , ପରିଶ୍ରାରୁ  ମଧୁମେହ ଓ କର୍କଟ ବିଷୟରେ ସୂଚନା ଦେବ

0

ମେସାଚ୍ୟୁସେଟସ୍‌ . – ଆମେରିକାର ମେସାଚ୍ୟୁସେଟସ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକନୋଲଜି ଓ ୟୁରୋପିଆନ୍‌ ମହାକାଶ ସଂସ୍ଥା ମଳିତ ଭାବେ ଏକ ସ୍ମାର୍ଟ ଟଏଲଟ୍‌ ତିଆରି କରିଛନ୍ତି । ଏଠାରେ ସ୍ମାର୍ଟ ଟଏଲଟ୍‌ ବିଷୟେର ଗବେଷଣା କରୁଥିବା  ଗବେଷକମାନେ ଏକ ବିଶେଷ ପ୍ରକାର ଟଏଲେଟ୍‌ ତିଆରି କରିଛନ୍ତି । ମଣିଷର ପରିଶ୍ରାରୁ ଏହି ଟଏଲେଟ୍‌ (ଶୌଚାଳୟ) କର୍କଟ  ଓ ମଧୁମେହ ବିଷୟରେ ସୂଚନା ଦେଇପାରିବ ।

ଏହି ଶୌଚାଳୟରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ସେନସର୍‌ ଲାଗିଛି । ଏହା ମଣିଷର ସ୍ୱାସ୍ଥ୍ୟ ବିଷୟରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ସ୍ମାର୍ଟଫୋନ୍‌କୁ ଏହି ତଥ୍ୟ ପଠାଇବ । ଏଥିରେ ସ୍ୱଂୟକ୍ରିୟଭାବେ ବିଭିନ୍ନ ପରୀକ୍ଷଣ ବ୍ୟବସ୍ଥା  ରହିଛି । ମହାକାଶରେ ମହାକାଶଚାରୀମାନଙ୍କ ପାଇଁ ଏପରି ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇ ପାରିବ  ।

Leave A Reply