ଏବେ ସ୍ମାର୍ଟ ଶୌଚାଳୟ ‘ଅନ୍‌ଲକ ଆଣ୍ଡ ଫ୍ଲଶ୍’

0

ସରକାରଙ୍କ ‘ସ୍ବଚ୍ଛ ଭାରତ ଅଭିଯାନ’ ପରେ ଭାରତର ପ୍ରମୁଖ ପ୍ରାନ୍ତରେ ସଂଖ୍ୟାଧିକ ସ୍ମାର୍ଟ ଶୌଚାଳୟ ନିର୍ମିତ ହୋଇଛି। ଏତେ ସୁବିଧା ମିଳିବା ସତ୍ତ୍ବେ ଆମ ଜନସାଧାରଣ କିନ୍ତୁ ସଚେତନ ହେଉନାହାନ୍ତି। ଏଣୁ ଅଳସୁଆ ଲୋକଙ୍କ ନିମନ୍ତେ ଏବେ ଆରମ୍ଭ ହୋଇଛି ‘ଅନ୍‌ଲକ ଆଣ୍ଡ ଫ୍ଲଶ୍’। ଦୁଇ ଇଂଜିନିୟରିଂ ଛାତ୍ର କପିଲ ଓ ପ୍ରିୟାଂଶୁଙ୍କ ଏଇ ସୁନ୍ଦର ଯୋଜନାକୁ ବିଭିନ୍ନ ମହଲରେ ସ୍ବାଗତ ମଧ୍ୟ କରାଯାଇଛି। ଶୌଚାଳୟର ଦୁଆର ସହ ପଟ୍‌କୁ ଏଭଳି ସଂଯୋଗ କରାଯାଇଛି ଯେ ଶୌଚ ପରେ କବାଟ ଖୋଲିବାର ତୁରନ୍ତ ପରେ ତାହା ପଟ୍‌କୁ ଭଲଭାବେ ସଫା କରିଦେବ। ବୟସ୍କ ତଥା ପିଲାଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ଉପାୟ। ଏହା ସହ ଆପଣଙ୍କ ଘରେ ମଧ୍ୟ ମାତ୍ର ୪ହଜାର ଟଙ୍କା ବିନିମୟରେ ଏହି ଅତ୍ୟାଧୁନିକ ସୁବିଧାକୁ ଉପଯୋଗ କରିହେବ। ଆସନ୍ତା ମାସ ସୁଦ୍ଧା ଏହି ‘ଅନ୍‌ଲକ ଆଣ୍ଡ ଫ୍ଲଶ୍’ ପଟ୍ ବଜାରରେ ବିକ୍ରି ଆରମ୍ଭ ହେବ ବୋଲି ଶୁଣାଯାଉଛି।

Leave A Reply