ନବମ ଶ୍ରେଣୀ ଛାତ୍ର ପ୍ରସ୍ତୁତ କଲେ ସ୍ମାର୍ଟ ତଲାରୀ

0

ସୋରଡା: ଗଞ୍ଜାମ ଜିଲା ସୋରଡା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୂପେ ପରିଚିତ ମେରିକୋଟ ପଞ୍ଚାୟତ ଉଛ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ଏକ ସ୍ମାର୍ଟ ତଲାରୀ ପ୍ରସ୍ତୁତ କରିଥିବା ଜଣାପଡିଛି। ଛାତ୍ରଟିର ନାମ ବାବୁଲା ଗୌଡ। ସେ ପ୍ରସ୍ତୁତ କରିଥିବା ସ୍ମାର୍ଟ ତଲାରୀ.ବିଶେଷ କରି କୃଷକ ମାନଙ୍କ ପାଇଁ ଏହା ବେଶ ସହାୟକ ହୋଇ ପାରିବ। ଏହା ଖରା ବର୍ଷାରୁ ରକ୍ଷା କରିବା ସହ ବଲବ୍ ଚାଲିବା ସହ ଧାନ କଟା ଓ ଔଷଧ ଛିଞ୍ଚନ କାର୍ଯ୍ୟ ମଧ୍ୟ ଏହି ତଲାରୀ ଦ୍ୱାରା କରାଯାଇପାରିବ। ପୂର୍ବରୁ ଏହି ବିଦ୍ୟାଳୟର ଛାତ୍ର ମାନେ ଅନେକ ଥର ରାଜ୍ୟ ଓ ଜାତୀୟ ସ୍ତରର ବିଜ୍ଞାନ ମେଳାକୁ ମନୋନୀତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବୋଲି ଗାଇଡ୍ ଶିକ୍ଷକ ରଘୁନାଥ ବେହେରା ପ୍ରକାଶ କରିଛନ୍ତି।

Leave A Reply