ସ୍ମାର୍ଟ ସ୍କୁଲ ପାଇଁ ଫାଇଭ-ଟି ସଚିବଙ୍କ ବୈଠକ

ବେଗୁନିଆ: ରାଜ୍ୟ ସରକାରଙ୍କର ଫାଇଭ-ଟି ଅନ୍ତର୍ଗତ କାର୍ଯ୍ୟକ୍ରମରେ ସମସ୍ତ ଉଚ୍ଚ ବିଦ୍ୟାଳୟର ରୂପlନ୍ତରଣ କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି। ଏହି କ୍ରମରେ ଆଜି ବେଗୁନିଆ ବ୍ଲକରେ ଫାଇଭ-ଟି ସଚିବ ଭି କାର୍ତ୍ତିକେୟନ ପlଣ୍ଡିଆନ ବେଗୁନିଆ ବ୍ଲକର ସମସ୍ତ ଅଂଶଗ୍ରହଣକାରୀଙ୍କ ସହ ଭରଚୁଆଲ ମାଧ୍ୟମରେ ବୈଠକ କରିଥିଲେ। ବ୍ଲକର ପୋଡାଡିହସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିକୋସ୍ଥିତ ଚନ୍ଦ୍ରଶେଖରଦେଵ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବେ ଚୟନ କରାଯାଇଛି। ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ଦାସ, ସହକାରୀ ଯନ୍ତ୍ରୀ ଉପେନ୍ଦ୍ର କୁମାର ନାୟକ, ସିକୋ ସରପଞ୍ଚ ସୁରେଶ ଚନ୍ଦ୍ର ସାହୁ, ସମିତି ସଭ୍ୟ ଦାମୋଦର ସାହୁ ଏବଂ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ମାନଡୋଇ, ବସନ୍ତକୁମାର ପାତ୍ର, ଛାତ୍ରୀ ସ୍ମୃତିପ୍ରଭା ଜେନା ଓ ଶୁଭସ୍ମିତା ସାହୁ ପ୍ରମୁଖ ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ଏହି ରୂପlନ୍ତରଣ କାର୍ଯ୍ୟକ୍ରମରେ ଇ-ଲାଇବ୍ରେରୀ, ସ୍ମାର୍ଟ ଶ୍ରେଣୀକକ୍ଷ, ଖେଳପଡିଆ ଓ ପାନୀୟ ଜଳ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଯୋଗ ଶିକ୍ଷା, ଇଂରାଜୀ ଭାଷା ଦକ୍ଷତା ବୃଦ୍ଧି ସହ ବିଦ୍ୟାଳୟରେ ଶୈକ୍ଷିକ ବlତାବରଣକୁ ଘରୋଇ ବିଦ୍ୟାଳୟ ସହ ସମକକ୍ଷ କରାଇବା ପାଇଁ ସମସ୍ତେ ପ୍ରତିଶୃତିବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଂଚାୟତ ସମ୍ପ୍ରସlରଣ ଅଧିକାରୀ ଦେବାଶିଷ ସାହୁ ସଂଯୋଜନା କରିଥିଲେ।

Comments are closed.