ଫୋନ୍କୁ ସଫା କରିବ ସାନିଟାଇଜର୍

ସ୍ମାର୍ଟଫୋନ୍ ବ୍ୟବହାର କାରଣରୁ ବିଭିନ୍ନ ରୋଗ ବ୍ୟାପୁଥିବାର ଅନୁସନ୍ଧାନରୁ ଜଣାପଡ଼ିଛି। ବ୍ରିଟେନ୍ସ୍ଥିତ ଏକ କମ୍ପାନୀ ସ୍ମାର୍ଟଫୋନ୍ ନିମନ୍ତେ ବିଶେଷ ଧରଣର ଯନ୍ତ୍ର ତିଆରି କରିଛନ୍ତି। ଏହାର ନାମ ‘ଫୋନ୍ ସପ୍ ସାନିଟାଇଜର୍’ ରଖାଯାଇଛି। ଫୋନ୍ରେ ଥିବା ସମସ୍ତ ବ୍ୟାକ୍ଟେରିଆକୁ ଏହା ୧୫ ମିନିଟ୍ରେ ଦୂର କରିବା ସହ ବ୍ୟାଟେରି ସରିଲେ ଚାର୍ଜ ମଧ୍ୟ କରେ। ଏହା ଉଭୟ ସାନିଟାଇଜର୍ ଓ ପାୱାରବ୍ୟାଙ୍କ୍ର କାମ କରୁଥିବାର ଜଣାପଡ଼ିଛି। ଯନ୍ତ୍ରର ମୂଲ୍ୟ ୬ହଜାର ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ କର୍ମଜୀବୀ ଲୋକଙ୍କ ପାଇଁ ଏହା ଉତ୍କୃଷ୍ଟ ଯନ୍ତ୍ର ବୋଲି ଅଧିକାଂଶଙ୍କ ମତ।