ପାରିବାରିକ ଖୁସି-ଶାନ୍ତି ନଷ୍ଟ କରୁଛି ସ୍ମାର୍ଟଫୋନ୍

ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍।  କାଁଭାଁ କେତେଜଣ ଲୋକ ହିଁ ଏହି ଫୋନ୍ ବ୍ୟବହାର କରୁନାହାନ୍ତି। ଏହା ଏବେ ଲୋକଙ୍କର ଜୀବନ ସାଥୀ ପାଲଟି ଯାଇଛି। ଏହା ଦ୍ବାରା ହାତ ପାହାନ୍ତାରେ ଅନେକ କାର୍ଯ୍ୟ ହୋଇ ପାରୁଛି।  ତେବେ ଏନେଇ ଗବେଷକଙ୍କ ମତ କିନ୍ତୁ ଭିନ୍ନ। ଏହି ଯନ୍ତ୍ରଠାରୁ ନିୟମିତ ବ୍ୟବଧାନରେ ରହିବା ନିମନ୍ତେ ଗବେଷକମାନେ ହିଁ ଲୋକଙ୍କୁ ଅବଗତ କରାଉଛନ୍ତି।

ତେବେ ଗବେଷଣାରୁ ଜଣା ପଡୁଛି ସ୍ମାର୍ଟଫୋନ୍ ଆମର ଯଥେଷ୍ଟ ସମୟ ନଷ୍ଟ କରୁଛି। ପାରିବାରିକ ଖୁସି ଓ ଶାନ୍ତି ନଷ୍ଟ କରୁଛି। ଅନେକ ଲୋକ ଏହାର ଦାସ ପାଲଟି ଯାଉଛନ୍ତି। ଏହା ଯୋଗୁଁ ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ସତ୍ତ୍ବେ ଲୋକମାନେ ବୁଝୁନାହାନ୍ତି।

ନିକଟରେ କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟର ଗବେଷକ ଅନୁସନ୍ଧାନ କରି ପ୍ରକାଶ କରିଛନ୍ତି, ଏହି ଯନ୍ତ୍ର ବ୍ୟବହାର କଲେ ସମୟ କିପରି ଅତିବାହିତ ହୋଇଥାଏ ଜଣାପଡ଼େନି। ଅନ୍ୟପାଖେ ସ୍ମାର୍ଟଫୋନ୍ କାରଣରୁ ଆମ ମାନସିକ ଶାନ୍ତି ବ୍ୟାହତ ହେବା ସହ ଆତ୍ମହତ୍ୟା ପରି ଖରାପ ଚିନ୍ତା ମନକୁ ଆସୁଥିବା ଗବେଷକଙ୍କ ମତ। ୧୮ହଜାର ଲୋକ ଏହି ଗବେଷଣାରେ ସାମିଲ ହୋଇଥିବାବେଳେ ସ୍ମାର୍ଟଫୋନ୍ ବ୍ୟବହାର ସମୟରେ ଓ ପରେ ସେମାନଙ୍କ ଅନୁଭୂତିକୁ ରେକର୍ଡ କରାଯାଇଥିଲା। ଅଧିକାଂଶଙ୍କ ମତ ଥିଲା, ଫୋନରେ ଥିବା କେତେକ ସାଇଟ୍ ହିଁ ସମୟ ଅପଚୟର କାରଣ। ଏସବୁରେ ଅଧିକ ସମୟ ଦେବା ପରେ ସେମାନେ ପରିବାର ଲୋକଙ୍କୁ ଯଥେଷ୍ଟ ସମୟ ଦେଇପାରିନଥାନ୍ତି। ଯାହା ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଯଦି ଆପଣ ପାରିବାରିକ ଖୁସି ଚାହୁଁଛନ୍ତି, ବର୍ତ୍ତମାନ ହିଁ ସ୍ମାର୍ଟଫୋନ୍‌ର ବ୍ୟବହାରକୁ ନିୟନ୍ତ୍ରଣ କରନ୍ତୁ।

Comments are closed.