ବଜାର ପ୍ରବେଶ କରିବ ପ୍ରଥମ ଭାରତୀୟ ସ୍ମାର୍ଟଫୋନ ‘ବ୍ଲକ୍ ଚେନ୍’, ଯେଉଁଥିରେ ବ୍ୟବହାର ହୋଇନି ଚାଇନା ସାମଗ୍ରୀ

ଚୀନ ସାମାଗ୍ରୀକୁ ବୟକଟ କରୁଯାଉଥିବା ବେଳେ ଭାରାତୀୟ ବଜାରକୁ ପ୍ରେବଶ କରିବାକୁ ଯାଉଛି ଏକ ନୂତନ ସ୍ମାର୍ଟଫୋନ ଯାହା ସମ୍ପୂର୍ଣ୍ଣ ରୂପେ ଭାରତରେ ତିଆରି କରାଯାଇଛି। ଏହି ସ୍ମାର୍ଟଫୋନର ନାମ ହେଉଛି ବ୍ଲକ୍ ଚେନ୍ । ଏହାକୁ ଫେସଚେନ ନାମକ ଏକ କମ୍ପାନୀ ନିର୍ମାଣ କରିଛି। ୨୨ ଡିସେମ୍ବରରେ ଇନବ୍ଲକ ନାମରେ  ଭାରତୀୟ ବଜାରରେ ପ୍ରବେଶ କରିବ। କମ୍ପାନୀ ଦାବି କରିଛି ଯେ, ଏହି ଫୋନରେ କୌଣସି ଚାଇନା ସାମଗ୍ରୀ ବ୍ୟବହାର କରାଯାଇ ନାହିଁ। ସମସ୍ତ ଅଂଶ ଦୁବାଇରୁ ସୋର୍ସ କରାଯାଇଛି। ଏଥିସହ, ଏହି ଫୋନ ବଜାରରେ ଚାଇନା ସ୍ମାର୍ଟଫୋନ ମାନଙ୍କୁ ଟକ୍କର ଦେବ। କମ୍ପାନୀ ମଧ୍ୟ ଉତ୍ତରପ୍ରଦେଶ ସରକାରଙ୍କୁ ଗୌତମ ବୁଦ୍ଧ ନାଗରର ଜୁଆରରେ ଏକ ମୋବାଇଲ୍ କାରଖାନା ସ୍ଥାପନ ପାଇଁ ଜମି ଯୋଗାଇବାକୁ ଦାବି କରିଛି। କମ୍ପାନୀର ପ୍ଲାଣ୍ଟ ବର୍ତ୍ତମାନ ସେକ୍ଟର -୬୩ ରେ ଚାଲିଛି ।

କମ୍ପାନୀ କହିବା ଅନୁଯାୟୀ, ଫୋନରେ କୌଣସି ପ୍ରକାର ସମସ୍ୟା ହେଲେ ଏହି ଫୋନର ବ୍ୟବହାରକାରୀଙ୍କୁ ସେବା କେନ୍ଦ୍ରକୁ ଯିବାକୁ ପଡିବ ନାହିଁ। ଫୋନ୍ ସଜାଡିବା ପାଇଁ ଏକ ଟିମ ଆପଣଙ୍କ ଘରେ ପହଞ୍ଚିବେ। ଯଦି ଫୋନ୍ ନଷ୍ଟ ହୋଇଯାଏ ତେବେ ଏହା ବିନା ପ୍ରଶ୍ନରେ କମ୍ପାନୀ ଉପଭକ୍ତାଙ୍କୁ ଏକ ନୂଆ ହ୍ୟାଣ୍ଡସେଟ୍ ଦେବ।

ଫୋନ୍‌ର ଫିଚର ବିଷୟରେ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ କିନ୍ତୁ କୁହାଯାଉଛି ଯେ,ଏଚଡି ଡିସପ୍ଲେ ସହିତ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ରହିବ। ଏହା ବ୍ୟତୀତ ଫୋନରେ ବ୍ୟାଟେରୀ ବ୍ୟବସ୍ଥା ମଧ୍ୟ ଭଲ ରହିବ। ଫୋନର ଏକ ଫଟୋ ପ୍ରକାଶ ପାଇଛି, ଯାହା ଅନୁଯାୟୀ ଏହା କୁହାଯାଇପାରେ ଯେ ଏଥିରେ ୩ଟି ରିୟର କ୍ୟାମେରା ସେଟଅପ୍ ସହ ପୁଞ୍ଚହୋଲ ଡିସପ୍ଲେ ରହିଛି।

ଫୋନ୍ ଲଞ୍ଚ ବିଷୟରେ କମ୍ପାନୀର ପ୍ରତିଷ୍ଠାତା ଦୁର୍ଗା ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଲୋକାଲ୍ ଫର ଭୋକାଲ୍ ଅଭିଯାନ ଅଧୀନରେ ଦେଶର ପ୍ରଥମ ବ୍ଲକ୍ ଚେନ୍ ଚାଳିତ ସ୍ମାର୍ଟଫୋନ୍ ବଜାରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛୁ।

Comments are closed.