ମହଙ୍ଗା ହୋଇପାରେ ମୋବାଇଲ୍‌ ଫୋନ୍‌

ନୂଆଦିଲ୍ଲୀ,୫ା୧୦ : ଆଗକୁ ମହଙ୍ଗା ହୋଇପାରେ ମୋବାଇଲ୍‌ ଫୋନ୍‌ ଦାମ୍‌। କେନ୍ଦ୍ର ସରକାର ମୋବାଇଲ୍‌ ଫୋନ୍‌ ଡିସ୍‌ପ୍ଲେ ଓ ଟଚ୍ ପ୍ୟାନେଲ୍ ଉପରେ ୧୦% ଆମଦାନୀ ଶୁଳ୍କ ଲାଗୁ କରିବାଯୋଗୁ ଏଭଳି ଆଶଙ୍କା ଦେଖାଦେଇଛି । ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ୍‌ ଇ​‌​‌ଲେକ୍‌ଟ୍ରୋନିକ୍ସ ଆସୋସିଏସନ୍‌ (ଆଇସିଇଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାବାଦ୍ ୧% ଅତିରିକ୍ତ ସେସ୍ ବି ଲାଗୁ କରାଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ତେଣୁ ଆଗାମୀ ଦିନରେ ଫିଚର୍ ଫୋନ୍ ଓ ସ୍ମାର୍ଟଫୋନ୍‌ଗୁଡ଼ିକର ଦାମ ୩% ଯାଏ ବଢ଼ିପାରେ ବୋଲି ସୂଚନା ମିଳିଛି।

Comments are closed.