ଘରକୁ ସୁରକ୍ଷିତ ରଖିବ ‘ସ୍ମାର୍ଟ ଲକ୍’

ନ୍ୟୁୟର୍କର ଏକ ନାମୀ କମ୍ପାନୀ ‘ସ୍ମାର୍ଟ ଲକ୍’ ତିଆରି କରିଛି। ଏହି ଲକ୍ ସହାୟତାରେ ଆପଣଙ୍କ ଘର ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ସ୍ମାର୍ଟଫୋନ୍ରେ ଥିବା ଆପ୍ଲିକେସନ୍ ସହାୟତାରେ ହିଁ ଲକ୍ଟି ପରିଚାଳିତ ହେବ। ବ୍ଲୁ-ଟୁଥ୍, ଆପଣଙ୍କ ସ୍ମାର୍ଟଫୋନ୍ ଡାଟା, ୱାଇଫାଇ ଜରିଆରେ ହିଁ ଲକ୍ କାମ କରିବ। ଯଦିବା ମାଲିକ ଘରେ ନାହାନ୍ତି, ଘର ଠାରୁ ଦୂରରେ ରହି ମଧ୍ୟ ସେ ଘରର ଲକ୍କୁ ଖୋଲିପାରିବେ। କେହି ଅତିଥି, ବନ୍ଧୁବାନ୍ଧବ ଆସିଲେ ଘରେ ନ ରହି ମଧ୍ୟ ମାଲିକ ଏଇ ସ୍ମାର୍ଟ ଲକ୍ ଜରିଆରେ ସେମାନଙ୍କୁ ଘରେ ପ୍ରବେଶ କରାଇପାରିବେ। ଅଜଣା ଲୋକ ଆପଣଙ୍କ ଘରର କବାଟ, ଝରକାକୁ ସ୍ପର୍ଶ କଲେ ତୁରନ୍ତ ସ୍ମାର୍ଟଫୋନ୍କୁ ବାର୍ତ୍ତା ମଧ୍ୟ ଯିବ। ବିଭିନ୍ନ ଡିଜାଇନର ଏଇ ସ୍ମାର୍ଟ ଲକ୍ ଥିବାବେଳେ ୧୧ହଜାର ଟଙ୍କାରୁ ୫୫ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଛି।