ମହାନଦୀରେ ବନ୍ୟା ! ମଧ୍ୟମ ଧରଣ ବନ୍ୟା ହୋଇପାରେ ବୋଲି ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଭୁବନେଶ୍ୱର – ଛତିଶଗଡରେ ପ୍ରବଳ ବର୍ଷା । ହୀରାକୁଦରେ ପ୍ରବଳମାତ୍ରାରେ ବନ୍ୟା ଜଳ ପ୍ରବେଶ କରୁଛି । ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ନଦୀବନ୍ଧର ୩୪ ଗେଟ୍‌ ଖୋଲାଯାଇଛି । ଏହି କାରଣରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । କଟକ ମୁଣ୍ଡଳି ନିକଟରେ ବନ୍ୟାଜଳ ପରିମାଣ ୧୦.୫ କ୍ୟୁସେକ୍‌ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହେଲେ ରାଜ୍ୟ ସରକାର ଏହାକୁ ମୁକାବିଲା କରିବା ପାଇଁ ସକ୍ଷମ ଅଛନ୍ତି ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ସେ ରବିବାରରେ ଏ ସମ୍ପର୍କରେ ସମୀକ୍ଷା କରିଥିଲେ । ପ୍ରତି ଜିଲ୍ଲାର ଜିଲ୍ଲାପାଳ ଏବଂ ପ୍ରଭାବିତ ହେବାକୁ ଥିବା ପଞ୍ଚାୟତର ସରପଞ୍ଚଙ୍କ ସହ ଏଥିପାଇଁ ଯୋଗାଯୋଗ କରାଯାଉଥିବା କଥା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବନ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ଜଳସମ୍ପଦ ବିଭାଗର ଯନ୍ତ୍ରୀ ତଥା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଏବଂ ଘଳିଆର ମରାମତି କରାଯାଇଛି ।

Comments are closed.