ଇଣ୍ଡିଆ ବୁକ ଅଫ ରେକଡ଼ର୍ସରେ ମା’ ଦୁର୍ଗାଙ୍କ ସବୁଠୁ ଛୋଟ ମୂର୍ତ୍ତି

ବ୍ରହ୍ମପୁର: ଇଣ୍ଡିଆ ବୁକ ଅଫ ରେକଡ଼ର୍ସରେ ସ୍ଥାନ ପାଇଛି ମା’ ଦୁର୍ଗାଙ୍କ ସବୁଠୁ ଛୋଟ ମୂର୍ତ୍ତି । ବ୍ରହ୍ମପୁରର ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ଦ୍ଵାରା କାଠ, ଚକ, ପଥରରେ ନିର୍ମିତ ୩ଟି ଦୁର୍ଗା ମୂର୍ତ୍ତି ରେକର୍ଡ ସ୍ଥାପନ କରିଛି । ଦଶହରା ବେଳେ ସତ୍ୟନାରାୟଣ ମା’ ଦୁର୍ଗାଙ୍କ ବିଶ୍ୱର ସବୁଠାରୁ ଛୋଟ ମୂର୍ତ୍ତି ନିର୍ମାଣ କରି ଏଥିରେ ରଙ୍ଗ ଦେଇଥିଲେ । ତାଙ୍କର ଏହି କଳାକୃତିଗୁଡିକୁ ରେକର୍ଡ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଥିଲେ । କାଠ ମୂର୍ତ୍ତିର ଉଚ୍ଚତା ୧.୩ ସେମି, ପଥର ମୂର୍ତ୍ତିର ଉଚ୍ଚତା ୧.୩ ସେମି, ଚକ୍ ମୂର୍ତ୍ତି ର ଉଚ୍ଚତା ୧ସେମି ରହିଥିବା ବେଳେ ଇଣ୍ଡିଆ ବୁକ୍ ଅଫ ରେକର୍ଡସ କର୍ତ୍ତୃପକ୍ଷ ଓ ବିଚାରକ ମଣ୍ଡଳୀ ଯାଞ୍ଚ୍ କରିବା ପରେ ସତ୍ୟଙ୍କ ନାମରେ ରେକର୍ଡ ସ୍ଥାପନ ହେଲା ବୋଲି ଜଣାଇଥିଲେ । ପୂର୍ବରୁ ସତ୍ୟ ଅନେକ କ୍ଷୁଦ୍ର ମୂର୍ତ୍ତି ଗଢ଼ି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି ।

Comments are closed.