କମଲ ହାସନଙ୍କ ଉପରକୁ ଚପଲ ମାଡ ଘଟଣାରେ ଜଣେ ଅଟକ

ନୂଆଦିଲ୍ଲୀ : ସୁପରଷ୍ଟାର ତଥା ରାଜନେତା କମଲ ହାସନଙ୍କ ଉପରକୁ ବୁଧାବାର ସନ୍ଧ୍ୟାରେ ଚପଲ ମାଡ଼ ହୋଇଥିବା ଜଣାପଡିଛି । ତାମିଲନାଡୁର ତିରୁପ୍ପାରାଙ୍କୁଦ୍ରମ୍‌ ବିଧାନ ନିର୍ବାଚନ ମଣ୍ଡଳୀରେ ଏକ ନିର୍ବଚାନୀ ସଭାରେ ଗାଡ଼ି ଉପରେ ଉଦ୍‌ବୋଧନ ଦେଉଥିବା ବେଳେ ତାଙ୍କ ଉପରକୁ ଚପଲ ଫିଙ୍ଗା ଯାଇଥିଲା। କିନ୍ତୁ ଚପଲ ତାଙ୍କୁ ନ ବାଜି ସେଠାରେ ଉପସ୍ଥିତ ଥିବା ଜନତାଙ୍କ ଉପରେ ପଡିଥିଲା। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖିଛି । ଏହି ଘଟଣାରେ ପୁଲିସ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି ।

Comments are closed.