ଜାଣନ୍ତୁ,ଦିନରେ ଶୋଇଲେ କି ପ୍ରଭାବ ପଡ଼େ !

0

ଦୈନନ୍ଦିନ ଜୀବନରେ ଶୋଇବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ। ରାତ୍ରି ସମୟରେ ସମସ୍ତେ ଶୋଇଥାଆନ୍ତି। ଦିନରେ ଶୋଇବା ମଧ୍ୟ ବହୁ ଲୋକଙ୍କ ଅଭ୍ୟାସ ଅଟେ। ମାତ୍ର କେଉଁ ମାନେ ଦିନରେ ଶୋଇଲେ ତାଙ୍କ ପାଇଁ ଲାଭ ଓ କେଉଁ ମାନେ ଶୋଇଲେ ତାଙ୍କ ଶରୀର ପାଇଁ କ୍ଷତିକାରକ ସେ ବିଷୟରେ ଜାଣନ୍ତୁ।
ଛୋଟପିଲା ମାନେ ବିଦ୍ୟାଳୟ ଯିବା ନିମନ୍ତେ ସକାଳୁ ଉଠି ଥାଆନ୍ତି। ତେଣୁ ଏମାନେ ଦିନରେ ଶୋଇବା ଆବଶ୍ୟକ ଅଟେ। ଏହା ଦ୍ୱାରା ଏମାନଙ୍କୁ ହାଲିଆ ଲାଗିନଥାଏ। ପାଠ ମନେ ରହିଥାଏ ଓ ସ୍ମରଣ ଶକ୍ତି ବଢିଥାଏ।


ଗାୟକ ମାନେ ଦିନରେ ଶୋଇବା ଦ୍ୱାରା ସେମାନଙ୍କ ଗଳା ଉପରେ ଭଲ ପ୍ରଭାବ ପଡ଼ିଥାଏ। ଦିନରେ ଶୋଇବା ସମୟରେ ଗଳାରେ ଏକ ଲାଳ ପଦାର୍ଥର କ୍ଷରଣ ହୋଇଥାଏ। ଯାହା ତାଙ୍କ ଗଳା ପାଇଁ ଲାଭ ଦାୟକ ଅଟେ।
ଅତ୍ୟଧିକ ରାଗୁଥିବା ଲୋକ ଦିନ ସମୟରେ ଶୋଇଲେ, ଏହା ତାଙ୍କ ମସ୍ତିକ ଉପରେ ଭଲ ପ୍ରଭାବ ପକାଇଥାଏ। ଯାଦ୍ୱାରା ତାଙ୍କ ରାଗର ମାତ୍ରା କମିଥାଏ।
ବିଭିନ୍ନ ରୋଗୀ ମାନେ ମଧ୍ୟ ଦିନରେ ଶୋଇଲେ ତାଙ୍କ ପାଇଁ ଲାଭ ଦାୟକ ଅଟେ।
ପତଳା ଲୋକମାନେ ଦିନରେ ଶୋଇଲେ ସେମାନଙ୍କ ଶରୀର ପାଇଁ ଏହା ଲାଭ ପ୍ରଦାନ କରିଥାଏ। ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହେ।
ମାତ୍ର ଯେଉଁମାନଙ୍କର ଶରୀର ମୋଟା ସେମାନେ ଦିନରେ ଶୋଇବା ଅନୁଚିତ। ଏହା ଦ୍ୱାରା ସେମାନେ ଅଧିକ ମୋଟା ହୋଇଯାଆନ୍ତି ଓ ସେମାନଙ୍କ ଶରୀରରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।
ମଧୁମେହ ରୋଗୀ – ଏମାନେ ନିୟମିତ ଦିନରେ ଶୋଇଲେ ରକ୍ତରେ ଶର୍କରାର ମାତ୍ରା ବଢିଥାଏ। ତେଣୁ ଦିନରେ ଶୋଇବା ଦ୍ୱାରା ଏମାନଙ୍କ ଶରୀରରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।
ଏହା ଛଡ଼ା କେତେକ ସାଧାରଣ ଲୋକମାନେ ସକାଳେ ଅଧିକ ସମୟ ଶୋଇଥାଆନ୍ତି। ସକାଳ ୮ଟା ପରେ ଉଠିଲେ ପେଟ ଜନିତ ସମସ୍ୟା ଓ ଏସିଡ଼ିଟି ମଧ୍ୟ ହୋଇଥାଏ।
ଏହା ଛଡ଼ା ଦିନରେ ଅଧିକ ସମୟ ଶୋଇଲେ ମଧ୍ୟ କାର୍ଯ୍ୟ କରିବାକୁ ଇଚ୍ଛା ହୁଏ ନାହିଁ। ସ୍ମରଣ ଶକ୍ତି ହ୍ରାସ ପାଇଥାଏ।

Leave A Reply