ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୪୯ କୋଟି ୨୫ ଲକ୍ଷ ୨ ହଜାର ଟଙ୍କା

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ କ୍ଷୀଣ ଅଭିବୃଦ୍ଧି ଘଟିଛି । ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଗତ ଏକ ବର୍ଷ ମଧ୍ୟରେ ୨ ଲକ୍ଷ ୮୧ ହଜାର ଟଙ୍କାର ଅଭିବୃଦ୍ଧି ହୋଇଛି । ଏନେଇ ଶନିବାର ସରକାରୀ ସୂତ୍ରରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪୯ କୋଟି ୨୨ ଲକ୍ଷ ୨ ହଜାର ୬୩୭ ଟଙ୍କା ବୋଲି ମୁଖ୍ୟମନ୍ତ୍ରୀ ଶେଷ ସତ୍ୟପାଠରେ ଦର୍ଶାଇଥିଲେ । ଏକ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କ୍ଷୀଣ ଅଭିବୃଦ୍ଧି ଘଟି ବର୍ତ୍ତମାନ ୪୯ କୋଟି ୨୫ ଲକ୍ଷ ୨ ହଜାର ୬୪୭ ଟଙ୍କାରେ ପହଞ୍ଚିଛି । ତେବେ କୌତୁହଳପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ପ୍ରାୟ ୪୯ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ମଧ୍ୟ ନିଜ ଭଉଣୀ ଗୀତା ମେହଟାଙ୍କୁ ଠାରୁ ୧୫ ଲକ୍ଷ ଟଙ୍କା ଋଣ ସୂତ୍ରରେ ଆଣିଛନ୍ତି । ଯାହାକୁ ନବୀନ ପରିଶୋଧ କରିବେ ।

Leave A Reply