ଶୋଇପଡ଼ିଲେ ପାଇଲଟ;ଅବତରଣ ନକରି ବିମାନ ଉଡ଼ିଗଲା ୫୦କିମି

0

ନୂଆଦିଲ୍ଲୀ: ପାଇଲଟ ଶୋଇ ପଡ଼ିବାରୁ ନିର୍ଦ୍ଦିଷ୍ଟ ବିମାନ ବନ୍ଦରରେ ଅବତରଣ ନକରି ୫୦କିମି ଦୂରକୁ ଉଡ଼ିଗଲା ବିମାନ। ଏଭଳି ଘଟଣା ଘଟିଛି ଅଷ୍ଟ୍ରେଲିଆରେ। ନଭେମ୍ବର ୮ରେ ଡେଭନପୋର୍ଟରୁ କିଙ୍ଗସ୍‍ ଆଇସଲ୍ୟାଣ୍ଡକୁ ଯିବା ପାଇଁ ପାଇପାର ବିମାନ ପି-୩୧ଆକାଶକୁ ଉଡ଼ିଥିଲା। ତେବେ କିଙ୍ଗସ୍‍ ଆଇସଲ୍ୟାଣ୍ଡ ବିମାନ ବନ୍ଦରରେ ପହଞ୍ôଚବା ପୂର୍ବରୁ ପାଇଲଟ ବିମାନ ଚଲାଉ ଚଲାଉ ଶୋଇ ପଡ଼ିଥିଲେ। ଫଳରେ କିଙ୍ଗସ୍‍ ଆଇସଲ୍ୟାଣ୍ଡ ବିମାନ କର୍ତ୍ତୃପକ୍ଷଙ୍କ ନିର୍ଦେଶ ସତ୍ତେ୍ୱ ବିମାନଟି ବିମାନ ବନ୍ଦର ଅତିକ୍ରମ କରି ୫୦କିମି ଦୂରକୁ ଉଡ଼ି ଯାଇଥିଲା। ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଥିବା କିଙ୍ଗସ୍‍ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପାଇଲଟ ବିମାନ ଚଲାଉ ଚଲାଉ ଶୋଇ ପଡ଼ିବା ଦ୍ୱାରା ବିପଜ୍ଜନକ ଭାବେ ବିମାନ ଅବତରଣ କରି ୫ଜଣ ବ୍ୟକ୍ତିଙ୍କ ପୂର୍ବରୁ ମୃତ୍ୟୁ ମଧ୍ୟ ହୋଇଥିଲା।

Leave A Reply