ଜାଣନ୍ତୁ, ଦିଗ ଅନୁଯାୟୀ ଶୋଇବା ଶୈଳୀ

0

ବାସ୍ତୁଶାସ୍ତ୍ରର କିଛି ନିୟମ ଆପଣେଇ ଆମେ ନିଜ ଜୀବନର ଅନେକ ଅସୁବିଧା ଦୂର କରିପାରିବା। ବ୍ୟକ୍ତି ଜୀବନରେ ଅନେକ କାରଣରୁ କୁପ୍ରଭାବ ପଡିଥାଏ ଯେପରି, ଘର ତିଆରି, ବ୍ୟକ୍ତିଙ୍କ ଶୋଇବା ଶୈଳୀ ଇତ୍ୟାଦି। ଶୋଇବାର ବିଶେଷ କିଛି ଉପାୟ ଆପଣାଇ ଆମେ ଧନବାନ ହୋଇପାରିବା। ଶୋଇବା ଶୈଳୀରୁ ଆୟୁ, ଧନ ଉପରେ ପ୍ରଭାବ ପଡିଥାଏ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ କିଛି ବିଶେଷ ଧ୍ୟାନ ଦେବା ଉଚିତ। ଭୁଲ ଉପାୟରେ ଶୋଇବା ଦ୍ବାରା ଖରାପ ପରିଣାମ ମିଳିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ବ୍ୟକ୍ତି ଶୋଇବା ବେଳେ ମୁଣ୍ଡକୁ ପୂର୍ବ ଦିଗ ଓ ପାଦ ପଶ୍ଚିମ ଦିଗକୁ କରିବା ଉଚିତ। ଏପରି କରିବା ଦ୍ବାରା ଭାଗ୍ୟ ସାଥୀରେ ରହିଥାଏ। ଏହି ଉପାୟରେ ଶୋଇବା ଦ୍ବାରା ବ୍ୟକ୍ତିଙ୍କୁ ସମାଜରେ ଖୁବ ଯଶ ପ୍ରାପ୍ତି ହୋଇଥାଏ। ପଶ୍ଚିମ ଦିଗକୁ ପାଦ କରି ଶୋଇବା ଦ୍ବାରା ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ମିଳିଥାଏ। କୁହାଯାଇଛି ଯେ, ଏହି ଦିଗକୁ ମୁହଁ କରି ଶୋଇବା ଦ୍ବାରା ସୁକର୍ମ ଓ ପୂଜାପାଠରେ ରୁଚି ବଢିଥାଏ।

ବାସ୍ତୁଶାସ୍ତ୍ରର ନିୟମ ଅନୁଯାୟୀ, ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ ଓ ଉତ୍ତର ଦିଗକୁ ଗୋଡ କରି ଶୋଇବା ଦ୍ବାରା ଶରୀର ସର୍ବଦା ସତେଜ ରହିବା ପରି ଅନୁଭବ ହୋଇଥାଏ। ଏପରି ବ୍ୟକ୍ତିଙ୍କୁ ଘରେ କେବେ ବି ଧନର ଅଭାବ ରହି ନ ଥାଏ।

କୁହାଯାଇଛି ଯେ, କଦାପି ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଉଚିତ ନୁହେଁ। ଏହି ଦିଗକୁ ଗୋଡ କରି ଶୋଇବା ଦ୍ବାରା ବ୍ୟକ୍ତି ଖରାପ ସ୍ବପ୍ନ ଦେଖି ଥାଆନ୍ତି। ବେଳେବେଳ ଛାତି ଯନ୍ତ୍ରଣା ମଧ୍ୟ ଅନୁଭବ ହେବାର ଆଶଙ୍କା ରହିଥାଏ।

କେବେ ବି ଘରର କବାଟ ଆଡକୁ ଗୋଡ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ବାରା ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Leave A Reply