ସୁହାଇବ ସ୍ଲାଭିଆର ବିକ୍ରିପର ସେବା

ମୁମ୍ବଇ,  : ସ୍କୋଡା ଅଟୋ ଇଣ୍ଡିଆ ଏହାର ନୂଆ ସ୍ଲାଭିଆ ସେଡାନ ପାଇଁ କିଲୋମିଟର ପିଛା ୪୬ପଇସାରୁ ଆରମ୍ଭ ହୋଇଥିବା ସେବା ମୂଲ୍ୟ ଘୋଷଣା କରିଛି। ୱାରେଣ୍ଟି ସହିତ ଗ୍ରାହକମାନେ ୨୪,୪୯୯ ଟଙ୍କାରୁ ଆରମ୍ଭ କରି ସ୍କୋଡା ସ୍ବତନ୍ତ୍ର ସେବା ବ୍ୟବସ୍ଥା ଅଧୀନରେ ସାମଗ୍ରିକ ଖର୍ଚ୍ଚ କମାଇପାରିବେ।

କମ୍ପାନୀର ‘ମନର ଶାନ୍ତି’ ଅଭିଯାନ ଅଧୀନରେ ରକ୍ଷଣାବେକ୍ଷଣ ଶିବିରରେ ଏହି ମୂଲ୍ୟରେ ୨୧ ପ୍ରତିଶତ ହ୍ରାସ ଘଟିଥାଏ। ଗ୍ରାହକଙ୍କ ଫୋନରେ ଗାଡିର ସମସ୍ତ ସେବା ତଥ୍ୟଭୁକ୍ତ ହେବା ସହିତ ସେବା ଅନୁମତି ମିଳିଥାଏ। ଏହି ଅଭିଯାନକୁ ୯ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିହେବ। ମୋବିକେୟାର ବ୍ୟବସ୍ଥାରେ ଘରେ ଥାଇ ମରାମତି ଆଦି କରାଇ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Comments are closed.