ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ; ‘ସ୍କୁଲ ଷ୍ଟ୍ରାଇକ’ କଲେ ୧୦୦ଦେଶର ଛାତ୍ରଛାତ୍ରୀ

0

ବର୍ଲିନ : ଜଳବାୟୁ ପରିବର୍ତ୍ତନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶୁକ୍ରବାର ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଛାତ୍ରଛାତ୍ରୀମାନେ ଶ୍ରେଣୀ ତ୍ୟାଗ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ସମାବେଶରେ ସାମିଲ ହୋଇଥିବା ଜଣାପଡ଼ିଛି। ସ୍ବିଡେନ୍‌, ଜର୍ମାନୀ ଭଳି ଦେଶର ଛାତ୍ରଛାତ୍ରୀ ଏହି ‘ସ୍କୁଲ ଷ୍ଟ୍ରାଇକ୍‌’ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଲକ୍ଷ୍ୟ କରାଯାଇଛି। ହଂକଙ୍ଗ୍‌, ନୂଆଦିଲ୍ଲୀ, ୱେଲିଂଟନ୍‌(ନ୍ୟୁଜିଲାଣ୍ଡ), ଫିନ୍‌ଲାଣ୍ଡର ଓଲୋ ସହର ଭଳି ୧୦୦ଟି ଦେଶର ପ୍ରମୁଖ ସହରରେ ଏଭଳି ସ୍କୁଲ ଷ୍ଟ୍ରାଇକ୍‌ କରାଯାଇଛି। ବଲିର୍ର୍ନରେ ୧୦ହଜାର ଛାତ୍ରଛାତ୍ରୀ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଏହାଛଡ଼ା ସାମାଜିକ ଗଣମାଧ୍ୟମରେ ଏ ନେଇ ସେମାନେ ବ୍ୟାପକ ପ୍ରଚାର ଅଭିଯାନ ଚଳାଇଛନ୍ତି। ପ୍ରାୟ ୨୩ହଜାର ବୈଜ୍ଞାନିକ ଏହାକୁ ସମର୍ଥନ କରି ବାର୍ତ୍ତା ଦେଇଛନ୍ତି। ଅପରପକ୍ଷରେ ଫ୍ରାନ୍ସର ସାମାଜିକ କର୍ମୀମାନେ ଏ ନେଇ ଆଇନର ଆଶ୍ରୟ ​‌େ​‌ନଇଛନ୍ତି।

Leave A Reply