ମାନସିକ ଦୁଶ୍ଚିନ୍ତା ଦୂର ସହ ତ୍ୱଚା ଜନିତ ବହୁ ସମସ୍ୟା ଦୂର କରେ କର୍ପୂର ତେଲ

ପୂଜାପାଠ , ହୋମ, ଯଜ୍ଞରେ କର୍ପୂରର ପ୍ରୟୋଗ ହୋଇଥାଏ। ମାତ୍ର ପୂଜା ବ୍ୟତୀତ ଏହାକୁ ଅନ୍ୟ କେତେକ କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରି ହେବ। ଯାହା ହୁଏତ ସଭିଏଁ ଜାଣି ନଥିବେ। ଏଥିରେ ଆଣ୍ଟି-ବାୟୋଟିକ ଓ ଆଣ୍ଟି- ଫଗଲ ଗୁଣ ରହିଛି। ଏହି କାରଣରୁ ଏହା ଆମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଖୁବ ହିତକାରକ। କର୍ପୂର ଓ କର୍ପୂର ତେଲ ଉଭୟର ବେଶ ଉପକାରିତା ରହିଛି। ଜାଣନ୍ତୁ କିଭଳି କରିବେ ଏହାକୁ ବ୍ୟବହାର ……
କର୍ପୂର ତେଲ ମୁହଁରେ ଲଗାଇବା ଦ୍ୱାରା ବ୍ରଣ ଓ ଏହାର ଦାଗ ସମ୍ପୂର୍ଣ୍ଣ ଦୂର ହୋଇଥାଏ। ଏହାସହ ମୁହଁ ଓ ଶରୀରରେ ଥିବା ବହୁଦିନର ଦାଗ ମଧ୍ୟ ଦୂର କରିଥାଏ।
ଏହାକୁ ମଥାରେ କିମ୍ବା କେଶ ମୂଳରେ ଲଗାଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ।
ରୂପି, କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ଏହାକୁ ନିୟମିତ କେଶ ମୂଳରେ ମାଲିସ କରନ୍ତୁ। ମୁଣ୍ଡରେ ଏହାକୁ ଲଗାଇବା ଦ୍ୱାରା ଚନ୍ଦାପଣ ଦୂର ହୋଇ ଅର୍ଥାତ ନୂତନ କେଶ ସୃଷ୍ଟି କରିଥାଏ।
– ଏହି ତେଲ ଲଗାଇବା ଦ୍ୱାରା କେଶ ଲମ୍ବା, ଘନ ମଜଭୂତ ହୋଇଥାଏ।
କର୍ପୂର ତେଲରେ ଅଳ୍ପ ଦହି ମିଶାଇ ଏହାକୁ କେଶ ମୂଳରେ ଲଗାଇ ୩୦ ମିନିଟ ରଖି ଦିଅନ୍ତୁ। ଏହା ମଧ୍ୟ କେଶ ଝଡ଼ିବା ଦୂର କରିଥାଏ।
– ଏକ ବଡ଼ ପାତ୍ରରେ ପାଣିରେ ଅଳ୍ପ କିଛି ମାତ୍ରାରେ କର୍ପୂର ତେଲ ମିଶାନ୍ତୁ। ଏଥିରେ ପାଦ ବୁଡ଼ାଇ ରଖିବା ଦ୍ୱାରା ପାଦ ସଫା ହେବା ସହ ବିଭିନ୍ନ ସଂକ୍ରମଣ ଦୂର ହୋଇଥାଏ। ପାଦର ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।
ବହୁ ସମୟରେ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଯେଉଁସ୍ଥାନରେ ଯନ୍ତ୍ରଣା ହେଉଥିବ ସେଠାରେ କର୍ପୂର ତେଲକୁ ମାଲିସ କରନ୍ତୁ। ଏହା ଏକ ପ୍ରକାର ଔଷଧ ଭାବେ କାର୍ଯ୍ୟ କରିଥାଏ।
– ଏହି ତେଲ ବଜାରରେ ଖୁବ ସହଜରେ ମିଳିଥାଏ।
ଆପଣ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ….
– କିଛି ପରିମାଣରେ ନଡ଼ିଆ ତେଲ ନିଅନ୍ତୁ। ଏଥିରେ କର୍ପୂରର କିଛି ଖଣ୍ଡ ମିଶାନ୍ତୁ। ଏହାକୁ ମିଶାଇ କିଛି ଦିନ ରଖିବା ପରେ ବ୍ୟବହାର କରନ୍ତୁ।

Comments are closed.