ତ୍ୱଚା ପାଇଁ କିଛି ସରଳ ଉପାୟ

୩ ରୁ ୪ଟି ପାନ ପତ୍ରକୁ ଭଲ ଭାବେ ଧୋଇ ରଖନ୍ତୁ। ଏହି ପତ୍ରରେ କିଛି ହଳଦୀ ଗୁଣ୍ଡ ମିଶାଇ ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ଏହି ପେଷ୍ଟକୁ ନିୟମିତ ୨ରୁ ୩ ସପ୍ତାହ ଲଗାଇଲେ ମୁହଁରୁ ବ୍ରଣ ଓ ବିଭିନ୍ନ ଦାଗ ସଂପୂର୍ଣ୍ଣ ଦୂର ହୋଇଯିବ।
ବହୁ ସମୟରେ ନାକରେ କଳା ଦାଗ ହୋଇଯାଏ। ଏଥିରୁ ମୁକ୍ତି ପାଇବାର ସହଜ ଉପାୟ ହେଉଛି ଦାନ୍ତ ଘଷିବା ପେଷ୍ଟକୁ ନାକରେ ଦାଗଥିବା ସ୍ଥାନରେ ରାତିରେ ଲଗାନ୍ତୁ ଓ ସକାଳେ ଧୋଇ ଦିଅନ୍ତୁ ।
ମୁହଁ ରଙ୍ଗ ଗୋରା ଓ ଉଜ୍ୱଳ କରିବା ପାଇଁ କିଛି ପେଷ୍ଟରେ ଅଳ୍ପ ଲେମ୍ବୁରସ ମିଶାନ୍ତୁ । ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ସମସ୍ତ ଦାଗ ମଧ୍ୟ ଦୂର ହୋଇଥାଏ ।
ମହୁ – ପିଇବା ପାଣିରେ ନିୟମିତ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମୁହଁ ଚର୍ମ ନରମ ହେବା ସହ ଚମିକ ଥାଏ।
ପୁଦିନା ପତ୍ର-
ପୁଦିନା ପତ୍ରର ପାଣି ପିଇବା ଦ୍ୱାରା ପେଟ ସଫା ହୋଇଥାଏ। ରକ୍ତ ପରିଷ୍କାର କରିଥାଏ। ଫଳରେ ମୁହଁରେ ଦାଗ ଦୂର ହୋଇଥାଏ।
ଡ଼ାଲଚିନି –
ପାଣିରେ ଅଳ୍ପ ଡ଼ାଲଚିନି ଗୁଣ୍ଡ ପକାଇ ଏହାକୁ ଫୁଟାଇ ଦିଅନ୍ତୁ। ଏହା ପରେ ଏହାକୁ ଛାଣି ଦେଇ ପିଅନ୍ତୁ। ଏହା ମୁହଁର ବିଭିନ୍ନ ଦାଗକୁ ଦୂର କରିବା ସହ ମୁହଁ ଉଜ୍ୱଳ କରିଥାଏ।
ଟମାଟୋ ଓ ଦହି –
୨ ଚାମଚ ଟମାଟୋ ରସରେ ୨ ଚାମଚ ଦହି ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ଏହାକୁ ୨୦ ମିନିଟ ରଖନ୍ତୁ। ଏପରି ସପ୍ତାହକୁ ୨ଥର ଲଗାନ୍ତୁ। ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।

Comments are closed.