ମଣିଷ ମୁହଁର ଚର୍ମରେ ରହିଥାଏ ଏହି ପୋକ, ଚର୍ମରେ ରହିବା ପାଇଁ ତିଆରି କରିଥାଏ

ମଣିଷ ଚର୍ମରେ ଅନେକ ପ୍ରକାର ପରଜୀବୀ ବାସ କରିଥାଆନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶକୁ ଖାଲି ଆଖିରେ ଦେଖି ହୁଏନାହିଁ । ଅଣୁବୀକ୍ଷଣ ଯନ୍ତ୍ର ବା ମାକ୍ରାସ୍କୋପର ଆବଶ୍ୟକତା ପଡିଥାଏ । ଏବେ ମଣିଷର ମୁହଁ ସହ ଶରୀରର ଅନ୍ୟ ଭାଗରେ Demodex folliculorum ଡେମୋଡେକ୍ସ ଫୋଲିକୁଲୋରମ୍‌ ନାମକ ପରଜୀବୀ ବା କୀଟ ବସ ବାସ କରୁଛି । ସେ ଚର୍ମରେ ଥିବା ସ୍ୱେଦଗ୍ରନ୍ଥି ବା ଛିଦ୍ରରେ ଅଣ୍ଡା ଦେବା ସହ ସେଠାରେ ଜନ୍ମ ହେବାଠାରୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ବସବାସ କରିଥାଏ । ଏହା ମଣିଷର ଚର୍ମର ଉପରିଭାଗକୁ ଖାଇଥାଏ। ସେଠାରେ ପ୍ରଜନନ କରିବା ସହ ମରିଯାଇଥାଏ ।

ଡେମୋଡେକ୍ସ ଫୋଲିକୁଲୋରମ୍‌ ମଣିଷ ଶରୀର Dead Skin ବା ମୃତକୋଷକୁ ଖାଇଥାଏ । ଏହି ପରଜୀବୀଟି ମଣିଷ ଉପରେ ଅଧିକ ନିର୍ଭରଶୀଳ , ଏହା ଅନ୍ୟ ଜୀବଙ୍କ ନିକଟକୁ ସହଜରେ ଯାଏ ନାହିଁ । ଏହାର ଜୀବନକାଳ ହେଉଛି ମାତ୍ର ଦୁଇ ସପ୍ତାହ । ଏହା ମଣିଷ ମୁହଁର ଚର୍ମର ସମସ୍ତ ସ୍ଥାନକୁ ଯାଇଥାଏ ।

ଏହି ପରଜୀବୀ ମଣିଷ ଚର୍ମରେ ରହିଲେ କଣ କ୍ଷତି କି ଲାଭ ହୋଇଥାଏ ସେ ବିଷୟରେ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି ।

Comments are closed.