ଘରୋଇ ଫେସ୍‍ ପ୍ୟାକ୍‍ର ଚମତ୍କାରିତା

0

ମୁହଁକୁ ସୁନ୍ଦର କରିବା ପାଇଁ ଓ ମୁହଁର ଦାଗ ଲିଭାଇବା ପାଇଁ ଆମେ ବିଭିନ୍ନ ପ୍ରକାର କେମିକାଲ ଯୁକ୍ତ କ୍ରିମ ଏବଂ ଫେସ୍‍ ପ୍ୟାକ୍‍ ବ୍ୟବହାର କରିଥାଉ। ଯାହାର ଖରାପ ପ୍ରଭାବ ଆମ ତ୍ୱଚା ଉପରେ ପଡିଥାଏ। ମାତ୍ର କିଛି ଘରୋଇ ଉପାୟରେ ଫେସ୍‍ ପ୍ୟାକ୍‍ ପ୍ରସ୍ତୁତ କରି ଆମେ ତ୍ବଚାକୁ ସୁସ୍ଥ ଓ ଆକର୍ଷଣୀୟ କରି ପାରିବା । ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ବ୍ୟବହାର କରି ଉତ୍ତମ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ପାରିବା ….

ଶୁଷ୍କ ତ୍ୱଚା ପାଇଁ –
ଏଲୋବେରା ଜେଲ୍‍ ଓ କାକୁଡ଼ିର ରସ –
ମୁହଁର ଶୁଷ୍କ ପଣକୁ ଦୂର କରିବା ପାଇଁ ଏହି ଏଲୋବେରା ଜେଲ୍‍ ଓ କାକୁଡ଼ି ରସ ବହୁ ଲାଭଦାୟକ ଅଟେ। ଏହାକୁ ପ୍ରସ୍ତୁତ କରିବାର ଉପାୟ –
୨ ଚାମଚ ଆଲୋବେରା ଜେଲ
୧ ଚାମଚ କାକୁଡ଼ି ରସ
ଏକ ପାତ୍ରରେ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ଅଧ ଘଣ୍ଟା ରଖନ୍ତୁ। ଏହା ଶୁଖିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ମୁହଁ ଧୋଇବା ପରେ ଏକ ସଫା କପଡ଼ାରେ ମୁହଁ ପୋଛି ଗୋଲାପ ଜଳ ଲଗାନ୍ତୁ। ଏହାକୁ ନିୟମିତ ଲଗାଇଲେ ଏହା ମୁହଁ ପାଇଁ ଖୁବ୍ ଲାଭଦାୟକ ଅଟେ।

ତେଲିଆ ମୁହଁ ପାଇଁ –
ଏଭୋକାଡ଼ୋ
ଅଣ୍ଡା

୨ ଚାମଚ ପେଷା ହୋଇଥିବା ଏଭୋକାଡ଼ୋ
୧ ଚାମଚ ଅଣ୍ଡାର ଧଳା ଅଂଶ
ଲେମ୍ବୁ ରସ – ଅଳ୍ପ
ଏହି ୩ଟି ଦ୍ରବ୍ୟକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇବା ପରେ ଅଧ ଘଣ୍ଟା ମୁହଁରେ ରଖି ଧୋଇ ଦିଅନ୍ତୁ। ଏପରି ନିୟମିତ ଲଗାଇ ତ୍ୱଚାରେ ଥିବା ଅଧିକ ତେଲ ଅଂଶ ଦୂର ହୋଇଯାଏ।

Leave A Reply