ଆସିଲାଣି ଶୀତ ଦିନ, ଏବେଠୁ ହୁଅନ୍ତୁ ସତର୍କ; ରୁକ୍ଷ ତ୍ବଚାରୁ ମୁକ୍ତି ପାଇଁ ଆପଣାନ୍ତୁ ସହଜ ଉପାୟ

ଶୀତ ଋତୁ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ରହିଛି। କିନ୍ତୁ ଏବେଠୁ ରାତିରେ ଶୀତ ଲାଗିବା ସହ ଦିନରେ ତ୍ବଚା ମଧ୍ୟ ରୁକ୍ଷ ଲାଗିବା ଆରମ୍ଭ ହେଲାଣି। ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଯେପରି ଓଠରେ ଲିପ୍ ବାମ୍‌ ଲଗାଇବା, ଶରୀରରେ ବଡି ଲୋଶନ ଲଗାଇବା, ଚେହେରାରେ ତେଲିଆ କ୍ରିମ୍‌ ବ୍ୟବହାର କରିବା ଇତ୍ୟାଦି। ତେବେ ଏସବୁ ପ୍ରସାଧନ ସାମଗ୍ରୀ ଆମେ ବଜାରରୁ କିଣୁଥିବାରୁ ଏହା କେମିକାଲ ଯୁକ୍ତ ହୋଇଥାଏ। ଯାହା ଶରୀର ପାଇଁ ସେତେଟା ଉପକାରୀ ନୁହେଁ। ତେଣୁ ଘରେ ବା ହାତ ପାହାନ୍ତାରେ ଥିବା କିଛି ସାମଗ୍ରୀକୁ ବ୍ୟବହାର କରି ଶୀତ ଦିନେ ଆମେ ତ୍ବଚାର ଯତ୍ନ ନେଇ ପାରିବା।  
– ଘରେ ଥିବା ନଡିଆ ତେଲକୁ ଆପଣ ବଡି ଲୋଶନ ପରି ବ୍ୟବହାର କରିପାରିବେ। ପ୍ରତିଦିନ ଗାଧୋଇ ସାରି ଦେହରେ ନଡିଆ ତେଲ ମାଲିସ କରନ୍ତୁ ଏବଂ ପରେ ଅଳ୍ପ ପାଣି ଢାଳି ହୋଇ ପୋଛି ହୋଇଯାଆନ୍ତୁ। ନଡିଆ ତେଲ ଏସପିଏଫ ଯୁକ୍ତ ହୋଇ ଥିବାରୁ ଏହା ରୌଦ୍ର ଦାହ(ସନ୍ ବର୍ଣ୍ଣ) ରୁ ତ୍ବଚାକୁ ରକ୍ଷା କରେ।
– ମେକଅପ୍ ଛଡାଇବା ପାଇଁ ସବୁଠୁ ସହଜ ଓ ସୁରକ୍ଷିତ ଉପାୟ ହେଉଛି ନଡିଆ ତେଲ। ନଡିଆ ତେଲକୁ ଆପଣ ମେକଅପ୍ ରିମୁଭର ଭଳି ବ୍ୟବହାର କରିପାରିବେ। ଏହା ଦ୍ବାରା ମେକଅପ୍ ଭଲ ଭାବରେ ଛାଡିବା ସହ ତ୍ଵଚାର ରୁକ୍ଷତା ଦୂର ହୋଇଥାଏ। ଏହା ତ୍ଵଚାରେ ମଶ୍ଚରାଇଜର୍ ପରି କାମ କରିଥାଏ ଏବଂ ତ୍ବଚାକୁ କ୍ଷତି ପହଞ୍ଚାଇନଥାଏ।
-ରାତିରେ ଶୋଇବା ପୂର୍ବରୁ ଓଠରେ ନଡିଆ ତେଲ ଲଗାନ୍ତୁ। ଦେଖିବେ ସକାଳୁ ଓଠ ନରମ ହେବା ସହ କୋମଳ ଓ ନମନୀୟ ହୋଇଥିବ। ଆପଣ ଚାହିଁଲେ ଦିନରେ ମଧ୍ୟ ଲଗାଇ ପାରିବେ। ଏହା ଲିପ୍ ବାମ୍ ପରି କାମ କରିଥାଏ।
– ନଡିଆ ତେଲରେ ଲେମ୍ବୁ ରସ ମିଶାଇ ଲଗାଇଲେ ତ୍ଵଚାରୁ କଳା ଦାଗ ଦୂର ହୋଇଥାଏ। ଏହି ମିଶ୍ରଣକୁ ନିୟମିତ ଆଣ୍ଠୁ ଓ କହୁଣୀରେ ଲଗାଇଲେ କଳାଦାଗ ଦୂର ହୋଇଥାଏ।

Comments are closed.