ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶର ଏକ ଅଗ୍ରଣୀ କେନ୍ଦ୍ର ହେବ: କୁଳପତି

ରାଞ୍ଚି: ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମଗ୍ର ଅଞ୍ଚଳ ବିଶେଷ କରି ଝାଡ଼ଖଣ୍ଡ ପାଇଁ ଦକ୍ଷତା ବିକାଶର ଏକ ଅଗ୍ରଣୀ କେନ୍ଦ୍ର ହେବାକୁ ଯାଉଛି। ଏହା ଦ୍ବାରା ଯୁବ ଆଦିବାସୀ ଛାତ୍ରମାନଙ୍କୁ କ୍ଲଷ୍ଟର ବିକାଶ, କୃଷି ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା, କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ସଶକ୍ତ କରାଯାଇପାରିବ। ଚଳିତ ୨୦୨-୨୩ ଶିକ୍ଷାବର୍ଷରୁ ବିଶ୍ବବିଦ୍ୟାଳୟରେ ଏହା ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ଜାତୀୟ କ୍ଷୁଦ୍ର ଶିଳ୍ପ ବିକାଶ ସଂଗଠନ ଏବଂ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (ଏସଆଇଡିବିଆଇ), ନାବାର୍ଡ ମଧ୍ୟ ସାମିଲ ହେବେ ବୋଲି କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସ କହିଛନ୍ତି । ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷାକ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ସୁଯୋଗ ଚିହ୍ନଟ କରିବା ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଜେ) ରାଞ୍ଚି ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏଣ୍ଟରପ୍ରେନ୍ୟୁରସିପ ଆଣ୍ଡ ସ୍ମଲ ବିଜନେସ ଡେଭଲପମେଣ୍ଟ (ଏନଆଇଇଏସବିୟୁଡି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିବା ଅବସରରେ ପ୍ରଫେସର ଦାସ ଏହା କହିଛନ୍ତି ।
ଦକ୍ଷତା ବିକାଶ ଏବଂ ଉଦ୍ୟୋଗମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସ ଏବଂ ଶକ୍ତି ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ.ଦେବଦାସ ଲତା ଏବଂ ଜାତୀୟ ଉଦ୍ୟୋଗ ଏବଂ କ୍ଷୁଦ୍ର ବ୍ୟବସାୟ ବିକାଶ ପ୍ରତିଷ୍ଠାନ (ଏନଆଇଇଏସବିୟୁଡି)ର ନିର୍ଦେଶକ ଡ.ପୁନମ ସିହ୍ନାଙ୍କ ମଧ୍ୟରେ ଗତ ୧୨ ତାରିଖ ରେ ନୂଆଦିଲ୍ଲୀ ଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ବିନିମୟ ହୋଇଥିଲା।

ପାରସ୍ପରିକ ଭାଗିଦାରୀ ମାଧ୍ୟମରେ ଝାଡ଼ଖଣ୍ଡର ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏନଆଇଇଏସବିୟୁଡି ଏବଂ ଝାଡ଼ଖଣ୍ଡର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବେ। ପ୍ରଯୁକ୍ତିବିଦ୍ୟା, ଜ୍ଞାନ, ପରିଚାଳନା ଏବଂ ସମ୍ବଳଦୃଷ୍ଟିରୁ ନିଜ ନିଜ ଅନୁଷ୍ଠାନିକ ପାରଦର୍ଶିତା ବୃଦ୍ଧି କରି ଫଳାଫଳ ହାସଲ କରାଯିବ। ଏଥିସହ ଅନୁଷ୍ଠାନଗୁଡ଼ିକ ଉଦ୍ୟୋଗଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷକଙ୍କ ତାଲିମ କାର୍ୟ୍ୟକ୍ରମ ପରିଚାଳନା କରିବେ। ଏଥିସହ ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ (ଆଇଟିଇସି) ଦେଶଗୁଡ଼ିକ ପାଇଁ ପ୍ରଶିକ୍ଷକଙ୍କ ପ୍ରସ୍ତାବ ଏବଂ ତାଲିମ କାର୍ଯ୍ୟକ୍ରମର ସୃଷ୍ଟି କରିବା ପାଇଁ ଏହି ଦୁଇ ଅନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବେ। ଏଥିସହିତ ଛାତ୍ରମାନଙ୍କୁ ଉଦ୍ୟୋଗର ସୂକ୍ଷ୍ମତାକୁ ବୁଝିବା ପାଇଁ ଉତ୍ସାହିତ କରିବା ପାଇଁ ସେମିନାର/କର୍ମଶାଳା/ଆଉଟରିଚ୍ କାର୍ୟ୍ୟକ୍ରମ ଭଳି ମିଳିତ କାର୍ୟ୍ୟକଳାପ ମଧ୍ୟ ଆୟୋଜନ କରିବେ ।
ଏହି ଭାଗିଦାରୀ ଉଦ୍ୟୋଗ କ୍ଷେତ୍ରରେ ନୂତନ କାର୍ୟ୍ୟକ୍ରମ ଏବଂ ନୂତନ ନୀତିର ଉନ୍ନତ ରୂପରେଖ ଏବଂ ସମ୍ବଳ ଏବଂ ଜ୍ଞାନର ଆରମ୍ଭ କରିବା ପାଇଁ ଅନୁଷ୍ଠାନିକ କ୍ଷମତା ମଧ୍ୟରେ ସର୍ବୋତ୍ତମ ଅଭ୍ୟାସର ଆଦାନ ପ୍ରଦାନ କରିବ। ଏହି ବୁଝାମଣା ପତ୍ର ଉପରେ ନିଜର ମତ ରଖି ଦକ୍ଷତା ବିକାଶ ଏବଂ ଉଦ୍ୟୋଗମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ କହିଥିଲେ ଯେ ଉଦ୍ୟୋଗୀମାନେ ଦେଶର ଅର୍ଥନୀତିର ଚାଳକ, ସେମାନେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରନ୍ତି ଏବଂ ନୂତନ ନିଯୁକ୍ତି ସୃଷ୍ଟି କରନ୍ତି। ସେ କହିଥିଲେ ଯେ ଆସନ୍ତାକାଲିର ଉଦୀୟମାନ ଉଦ୍ଭାବକମାନଙ୍କ ମଧ୍ୟରେ ଉଦ୍ୟୋଗୀ ଦକ୍ଷତା ଏବଂ ଉତ୍ସାହ ସୃଷ୍ଟି କରିବା ଭାରତକୁ ନବସୃଜନର କେନ୍ଦ୍ର କରିବା ଦିଗରେ ଜାତୀୟ ପ୍ରୟାସର ଏକ ଅଂଶ। ଏହି ବୁଝାମଣାପତ୍ର ପାଞ୍ଚ ବର୍ଷ ପାଇଁ ବୈଧ ହେବ। ଉପଯୁକ୍ତ ଯୋଜନା, ସମୀକ୍ଷା ଏବଂ କାର୍ୟ୍ୟକାରିତା ଉପରେ ସହଯୋଗ କରିବା ପାଇଁ, ଦୁଇ ଅନୁଷ୍ଠାନ ଆବଶ୍ୟକତା ଅନୁଯାୟୀ ଏବଂ ଏମଓୟୁର ଆବଶ୍ୟକତା ଉପରେ ଆଧାର କରି ଉପଯୁକ୍ତ ପ୍ରତିନିଧି ନିଯୁକ୍ତ କରିବେ।

Comments are closed.