କାଳିମା ପୋଲ ନିକଟରୁ ମିଳିଲା ନରକଙ୍କାଳ

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ ଅଧିନସ୍ଥ କାଳିମା ଗ୍ରାମ ନିକଟରେ ଥିବା ପୋଲର ଅନତି ଦୂରରେ ଏକ ନରକଙ୍କାଳ ପଡି ରହିଛି । ସ୍ଥାନୀୟ ଲୋକେ ଏହି ପୋଲ ନିକଟରେ ରହିଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଏଇ ନରକଙ୍କାଳକୁ ଏକ ବୁଦା ଉହାଡରେ ପଡି ରହିଥିବା ଦେଖିବାକୁ ପାଇଥିଲେ । ବର୍ତ୍ତମାନ ସୁଦ୍ଧା ନରକଙ୍କାଳଟି ସେହି ସ୍ଥାନରେ ପଡି ରହି ଦୁର୍ଗନ୍ଧ ହେଉଥିବା ବେଳେ କୌଣସି ପରିଚୟ ମିଳିପାରି ନାହିଁ । ଜଣେ ଲୋକକୁ କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଖବର ଲେଖାଯିବା ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜାନୁୟାରୀ ଏକ ତାରିଖରେ ଏହି ପୋଲ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା।

Comments are closed.