ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ, ଧାରଣାରେ ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀ

ରାଉରକେଲା: ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀମାନେ ମଙ୍ଗଳବାର ଆନ୍ଦୋଳନରେ ବସିଛନ୍ତି। ରାଉରକେଲା ଏନଆଇଟିରେ କରୋନା ସଂକ୍ରମଣକୁ ଦେଖି ହଷ୍ଟେଲ ଖାଲି କରିବାକୁ କର୍ତୃପକ୍ଷଙ୍କ ନିର୍ଦେଶ ଦେବା ପରେ ଏନଆଇଟିର ପରୀକ୍ଷା ଅନଲାଇନରେ ହେବ। ଏହାପରେ ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ପ୍ରତିଷ୍ଠାନ ଏବଂ ଏସକେ ଡିଏଭି ପଲିଟେକ୍ନିକରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ସମସ୍ତଙ୍କ କୋଭିଡ ଟେଷ୍ଟ ଓ ଅନଲାଇନ ପରୀକ୍ଷା ଦାବିରେ ଚାଲିଛି ଏହି ଆନ୍ଦୋଳନ।

Comments are closed.