ପାୱାରଟିଲର ଜବତ, ୩୦ ହଜାର ଜୋରିମାନା ଆଦାୟ

ବେଗୁନିଆ : ବେଗୁନିଆ ବ୍ଲକ ହୀରାପୁର ପଂଚାୟତ ଅଧିନସ୍ଥ ଜାଲଭାର ଗ୍ରାମରେ ଥିବା ଏକ ବେଆଇନ ଖଣିରେ ଆଜି ଦିନ ୧୧ଟା ସମୟରେ ୩ଟି ପାୱାରଟିଲରରେ ପଥର ଖୋଳା ଯାଇ ୪ଟି ମିନିଟ୍ରକରେ ପଥର ବୋଝେଇ ହେଉଥିବାର ଖବର ପାଇ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶରେ କାର୍ଯ୍ୟାଳୟର କ୍ଷେତ୍ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ପଥର ମାଫିଆମାନେ ଆଗୁଆ ଖବର ପାଇ ଗାଡି ମୋଟର ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖଣିରେ ରହିଯାଇଥିବା ଏକ ପାୱାରଟିଲର ଚାଳକ କର୍ମଚାରୀମାନଙ୍କୁ ଦେଖି ଦ୍ରୁତ ବେଗରେ ପଳାଇଯାଉଥିବାବେଳେ ଗାଡିଟି ଭାଙ୍ଗି ଯାଇଥିଲା । ଫଳରେ କର୍ମଚାରୀମାନେ ପାୱାର ଟିଲରଟିକୁ ଜବତ କରି ମାଲିକ ବୁଧଦେବସ୍ବାଇଁଙ୍କ ଠାରୁ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରିବା ପରେ ପାୱାରଟିଲରଟିକୁ ଛାଡ଼ିଦେଇଥିଲେ ।

Comments are closed.