ଆଉ ଏକ ରେକର୍ଡ କଲେ ଶିବାଙ୍ଗୀ

0

ନୂଆଦିଲ୍ଲୀ: ସର୍ବକନିଷ୍ଠ ମହିଳା ଭାବେ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରିଥିବା ଶିବାଙ୍ଗୀ ପାଠକ୍‍ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋକୁ ମାତ୍ର ତିନି ଦିନରେ ଆରୋହଣ କରି ନୂଆ ରେକର୍ଡ ସ୍ଥାପନା କରିଛନ୍ତି। ତାଙ୍କ ରେକର୍ଡ ଔପଚାରିକ ଭାବେ ଘୋଷିତ ହୋଇ ନଥିଲେ ମଧ୍ୟ ସେ ସେଥିପାଇଁ ଖୁସି ବ୍ୟକ୍ତ କରିଥିବା ବିଭିନ୍ନ ଫଟୋ ସୋସିଆଲ୍‍ ମିଡିଆରେ ଦେଖାଯାଉଛି। ଭିଡ଼ରୁ ଅଲଗା ରହିବା ପାଇଁ ଉଦ୍ୟମ ଓ ଇଚ୍ଛା ହିଁ ତାଙ୍କ ପାଇଁ ଆଜି ଏହି ସଫଳତା ଆଣିପାରିଛି ବୋଲି ୧୭ ବର୍ଷ ବୟସ୍କା ଶିବାଙ୍ଗୀ କହିଛନ୍ତି। ଏହି ସଫଳତା ପଛରେ ଅରୁଣିମା ସିହ୍ନାଙ୍କ ପ୍ରେରଣା ରହିଥିବା ସେ କହିଛନ୍ତି। ମହିଳାମାନଙ୍କ ପାଇଁ କିଛି ମଧ୍ୟ ଅସମ୍ଭବ ନୁହେଁ। ଭିନ୍ନ କିଛି କରିବା ଲାଗି ଝିଅମାନେ ପ୍ରଥମେ ସେମାନଙ୍କ ବାପାମାଙ୍କୁ ମନାଇବା ଆବଶ୍ୟକ। ବାପାମା ମାନେ ମଧ୍ୟ ଏଥିପାଇଁ ସେମାନଙ୍କ ପିଲାଙ୍କୁ ପ୍ରୋତ୍ସାହିତ କରିବା ଉଚିତ ବୋଲି ଶିବାଙ୍ଗୀ କହିଛନ୍ତି। ବିଶ୍ୱର ସମସ୍ତ ସୁନ୍ଦର ପର୍ବତାରୋହଣ କରିବା ତାଙ୍କର ଲକ୍ଷ୍ୟ ଏବଂ ତାଙ୍କର ପରବର୍ତ୍ତୀ ମିଶନ୍‍ ହେଉଛି ୟୁରୋପର ସର୍ବୋଚ୍ଚ ଗିରିଶୃଙ୍ଗ ବୋଲି ଏକ ସାକ୍ଷାତକାରରେ ଶିବାଙ୍ଗୀ କହିଛନ୍ତି।

Leave A Reply