ଆସ୍ଥା ଭୋଟ୍‍ : ମୋଦୀ ସରକାରକୁ ସମର୍ଥନ କରିବ ଶିବସେନା

0

ମୁମ୍ବଇ : ବିରୋଧୀ ଦଳ ଦ୍ୱାରା ଆଗତ ଆସ୍ଥା ଭୋଟ୍‍ ଉପରେ ଶୁକ୍ରବାର ଭୋଟିଂ ବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଶିବସେନା ସମର୍ଥନ କରିବ। ଏ ନେଇ ଗୃହରେ ଉପସ୍ଥିତ ରହିବା ଲାଗି ଦଳର ସମସ୍ତ ସାଂସଦଙ୍କୁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‍ରେ ଗୁରୁବାର ହୁଇପ୍‍ ଜାରି କରିଛନ୍ତି। ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ବେ ବିଜେପି ଆସ୍ଥା ଭୋଟ୍‍କୁ ଏଡାଇ ନ ଯାଇ ଭୋଟିଂର ସମ୍ମୁଖୀନ ହେବାକୁ ସ୍ଥିର କରିଛି। ଭୋଟିଂ ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନ୍‍ଡିଏର ସମସ୍ତ ସହଯୋଗୀ ଦଳଗୁଡିକ ସହିତ ଯୋଗାଯୋଗ କରି ସମର୍ଥନ ଲୋଡିଛନ୍ତି। ଏହିକ୍ରମରେ ସେ ଉଦ୍ଧବଙ୍କ ସହିତ ମଧ୍ୟ ଗୁରୁବାର ଆଲୋଚନା କରିଥିଲେ। ଉଭୟ ନେତାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ପରେ ଉଦ୍ଧବ ବିଜେପିକୁ ସମର୍ଥନ ଦେବାକୁ ସହମତି ପ୍ରକାଶ କରିଛନ୍ତି।

Leave A Reply