ସରକାରୀ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ଆମ୍ବୁଲାନ୍ସକୁ ଟାଣିଲା ଆମ୍ବୁଲାନ୍ସ 

ପାଟଣା : ସରକାରଙ୍କ ଦ୍ୱାରା ରୋଗୀ ସେବା ନିମନ୍ତେ ମେଡିକାଲ ଗୁଡିକୁ  ଆମ୍ବୁଲାନ୍ସ ଯୋଗାଇ ଥିବା ବେଳେ ଆଜି ଆମ୍ବୁଲାନ୍ସକୁ ଆମ୍ୱଲାନ୍ସ ଟାଣି ନେଉଥିବା ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ରାସ୍ତାରେ ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଯେ, ସାହାରପଡା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଖରାପ ହୋଇ ପଡି ରହିଥିବା ଆମ୍ବୁଲାନ୍ସ ଟିକୁ ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଟଣା ହୋଇ ମରାମତି ପାଇଁ ନିଆ ଯାଉଥିବା ଦେଖାଯାଇଛି। ମାସ ମାସ ଧରି ସାହାରପଡା ସ୍ୱସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଖରାପ ହୋଇ ପଡି ରହିଥିଲା ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳରେ ଆମ୍ବୁଲାନ୍ସଟି ରୋଗୀ ଓ ଦୁର୍ଘଟଣା ଗ୍ରସ୍ଥଙ୍କୁ କିପରି ସେବା ଯୋଗାଇ ଦେଉଥିଲା ତାହାହିଁ ପ୍ରଶ୍ନବାଚୀ ହୋଇଛି।

Comments are closed.