ନାଚି ନାଚି କରୋନାମୁକ୍ତ ଭଉଣୀକୁ ସ୍ବାଗତ କଲେ ଯୁବତୀ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଦୃଶ୍ୟ

ପୁଣେ: କରୋନା ଭୂତାଣୁରୁ ମୁକ୍ତ ହେବା ପରେ ଭଉଣୀକୁ ନାଚି ନାଚି ଘରକୁ ସ୍ବାଗତ କଲେ ଯୁବତୀ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେରେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ନୃତ୍ୟ କରୁଥିବା ଯୁବତୀ ଜଣକ ହେଉଛି ସଲୋନୀ ସତ୍‌ପୁତ୍‌। ସେ ପୁଣେରେ ରୁହନ୍ତି। ସଲୋନୀଙ୍କୁ ଛାଡ଼ି ତାଙ୍କ ପରିବାରର ଅନ୍ୟ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପ୍ରଥମେ ତାଙ୍କ ବାପା ସଂକ୍ରମିତ ହୋଇଥିଲେ। ପରେ ପରେ ପରିବାରର ଅନ୍ୟ ୪ ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିକଟରେ ତାଙ୍କ ଭଉଣୀ ସୁସ୍ଥ ହୋଇ ଘରକୁ ଫେରିବା ସମୟରେ କଲୋନୀ ଭିତରେ ସଲୋନୀ ବେଶ୍‌ ନାଚିଥିଲେ। ତେବେ ତାଙ୍କର ଏହି ନୃତ୍ୟ କେବଳ ଭଉଣୀଙ୍କୁ ସ୍ବାଗତ ଉଦ୍ଦେଶ୍ୟରେ ନ ଥିଲା, ବରଂ ତାଙ୍କ ପାଖପଡ଼ୋଶୀମାନଙ୍କ ପାଇଁ ଥିଲା, ଯେଉଁମାନେ ଅସୁବିଧା ସମୟରେ ସଲୋନୀଙ୍କୁ ଟିକେ ବି ସହାୟତା କରିବାକୁ ଆଗକୁ ଆସି ନ ଥିଲେ।

 

Comments are closed.