ସିସ୍‍ ଫାୟାର ପକ୍ଷରୁ କ୍ୟାମ୍ପସ ନିଯୁକ୍ତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସଂପନ୍ନ କମ୍ପାନୀ ସିସ୍‍ ଫାୟାର ପକ୍ଷରୁ ସଂପ୍ରତି ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିରେ କ୍ୟାମ୍ପସ ଚୟନ ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । କମ୍ପାନୀର ସେଲ୍ସ ଓ ଇନଭେନ୍ସନ ଶାଖା ସଭାପତି ଦିଲିପ ଭଗୱାନିଙ୍କ ନେତୃତ୍ୱରେ ଏହି କ୍ୟାମ୍ପସ ଚୟନ କରାଯାଇଥିଲା । ଏଥିରେ ପ୍ରତିଷ୍ଠାନର ମେକାନିକାଲ, ଇଲେକ୍ଟ୍ରିକାଲ ଏବଂ ସିଭିଲ ବିଭାଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ସିସ୍‍ ଫାୟାର ପକ୍ଷରୁ ମନୋନୀତ କରାଯାଇଥିଲା । ଶ୍ରୀ ଭଗୱାନି ଛାତ୍ରଛାତ୍ରୀଙ୍କୁ କମ୍ପାନୀ ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇବା ସହିତ ଏହା ଅତ୍ୟାଧୁନିକ ପ୍ରଯୁକ୍ତିକୁ କିଭଳି ଆଗକୁ ନେଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କ୍ୟାମ୍ପସ ମନୋନୟନ ପ୍ରକ୍ରିୟା ସମୟରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ଏନ ଏସ କେ ରାୟ ଉପସ୍ଥିତ ରହିବା ସହିତ ସିସ୍‍ ଫାୟାର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ।

Comments are closed.