୧୦ଦିନରେ ଶିରିଡି ସାଇ ମନ୍ଦିରକୁ ୩.୦୯ କୋଟି ଦାନ

ମୁମ୍ବଇ : ମହାରାଷ୍ଟ୍ରର ଶିରିଡି ସାଇ ମନ୍ଦିରକୁ ୧୦ଦିନ ମଧ୍ୟରେ ୩.୦୯ କୋଟି ଟଙ୍କା ଦାନ ମିଳିଛି। ଏହା ସହିତ ୬୪ଗ୍ରାମ ସୁନା ଓ ୨.୮ କିଲୋ ରୁପା ଦାନ ମିଳିଛି। କରୋନା ମହାମାରୀ ପାଇଁ ୬ମାସରୁ ଅଧିକ ସମୟ ଧରି ସାଇ ମନ୍ଦିର ବନ୍ଦ ରହିବା ପରେ ନଭେମ୍ବର ୧୫ ତାରିଖରୁ ଏହାକୁ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି। ନଭେମ୍ବର ୧୫ରୁ ୨୫ ତାରିଖ ମଧ୍ୟରେ ଏକ ଲକ୍ଷରୁ ଅଧିକ ଭକ୍ତ ମନ୍ଦିରକୁ ଆସିଛନ୍ତି।

Comments are closed.