ବନ୍ଦ ହେବନି ଶିରିଡ଼ି ସାଇବାବା ମନ୍ଦିର

ମୁମ୍ବଇ : ବନ୍ଦ ହେବନି ଶିରିଡ଼ି ସାଇବାବା ମନ୍ଦିର। ପୂର୍ବପରି ମନ୍ଦିର ଖୋଲା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଶିରିଡ଼ି ସାଇବାବା ମନ୍ଦିର ସିଇଓ ଦୀପକ ମୁଗଲିକର। ରବିବାର ମନ୍ଦିର ବନ୍ଦ ରହିବା ନେଇ ପ୍ରକାଶିତ ଖବରକୁ ଗୁଜବ କହିଛନ୍ତି ସିଇଓ ଦୀପକ ମୁଗଲିକର। ଶନିବାର ଶିରିଡ଼ି ସାଇବାବା ମନ୍ଦିରର ସିଇଓ ଦୀପକ ମୁଗଲିକର ଏକ ବିଜ୍ଞପ୍ତିଜାରି କରି କହିଛନ୍ତି ରବିବାର ଓ ଏହାପରେ ମଧ୍ୟ ବାବାଙ୍କ ଆଳତୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜାନୀତି ପୂର୍ବପରି ଚାଲୁ ରହିବ। ଏପରିକି ଟ୍ରଷ୍ଟ ପକ୍ଷରୁ ପ୍ରସାଦାଳୟ, ଭକ୍ତ ନିବାସ ଓ ହସ୍ପିଟାଲ ନିୟମିତ ଭାବେ କାର୍ୟ୍ୟ କରିବ। ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ କେବଳ ଶିରିଡି ସହରରେ ବନ୍ଦ ପାଳନ ହେବ। କିନ୍ତୁ ଶିରିଡି ସାଇବାବା ମନ୍ଦିର ବନ୍ଦ ହେବ ନାହିଁ। ଅନ୍ୟଦିନମାନଙ୍କ ପରି ଆସନ୍ତାକାଲି ଶିରିଡି ସାଇ ବାବାଙ୍କ ଦରବାର ଓ ଦର୍ଶନ ଏବଂ ପୂଜାନୀତି ପୂର୍ବପରି ଚାଲୁ ରହିବ

ସୂଚନାଯୋଗ୍ୟ ଶିରିଡ଼ି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସାଇବାବାଙ୍କ ଜନ୍ମସ୍ଥାନ ଶିରିଡ଼ି ବୋଲି ସମସ୍ତଙ୍କର ବିଶ୍ଵାସ ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ କହିଥିଲେ ଯେ ଶିରିଡିଠାରୁ ୨୭୫ କିଲୋମିଟର ଦୂର ପର୍ଭଣୀର ପଥରୀ ହେଉଛି ସାଇବାବାଙ୍କ ଜନ୍ମସ୍ଥାନ। ଏପରି କି ମୁଖ୍ୟମନ୍ତ୍ରୀ ପଥରୀର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ପ୍ରତିବାଦରେ ଆସନ୍ତା ରବିବାରଠାରୁ ଶିରିଡ଼ିବାସୀ ଶିରିଡି ବନ୍ଦ ପାଇଁ ଘୋଷଣା କରିଥିଲେ।

Comments are closed.