ସାଇନସ୍ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ

0

ଆଜିକାଲି ବହୁ ଲୋକ ସାଇନସ୍ ରୋଗରେ ପୀଡ଼ିତ। ଏନେଇ ଲୋକେ ଖୁବ୍ ଚିନ୍ତିତ ହୋଇପଡ଼ନ୍ତି। କିଏ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହୁଅନ୍ତି ତ ଆଉ କିଏ ପ୍ରାକୃତିକ ଉପାୟ ଆପଣାଇ ଥାଆନ୍ତି। ତେବେ ସାଇନସକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

ଏହି ରୋଗରେ ୨୦ରୁ ୨୫ଟି ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ ମିଳିଥାଏ। ଏହି କ୍ଷେତ୍ରରେ ଧଳା ତୁଳସୀ ତୁଳନାରେ କଳା ତୁଳସୀ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଲେମ୍ବୁ ରସ ଓ ଗୋଲମରିଚ ସହିତ ତୁଳସୀ ପତ୍ରକୁ ବାଟି ପିଇଲେ ମଧ୍ୟ ସାଇନସ୍ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। ଏଥିସହିତ ପିପ୍ପଳୀ, ଅଦାରସ ଓ ମହୁ ମିଶାଇ ପିଇଲେ ସାଇନସ୍ ସମସ୍ୟାରୁ ଶୀଘ୍ର ଉପଶମ ମିଳିଥାଏ।

Leave A Reply