ଦେଶରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୬୯,୯୨୧ ଆକ୍ରାନ୍ତ ଚିହ୍ନଟ, ୮୧୯ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍‌ ଲାଗୁନି। ଦେଶରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ମଙ୍ଗଳବାର ଦେଶରେ ୬୯ହଜାର ୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୯୧ହଜାର ୧୬୭କୁ ବୃଦ୍ଧି ପାଇଛି। ଏଥି ସହ ଦେଶରେ ଗୋଟିଏ ଦିନରେ ୮୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଯାହାଫଳରେ ଦେଶର ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬୫ ହଜାର ୨୮୮ରେ ପହଞ୍ଚିଛି।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଦେଶରେ ୩୬ ଲକ୍ଷ ୯୧ହଜାର ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଲକ୍ଷ ୩୯ ହଜାର ୮୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି ବର୍ତ୍ତମାନ ସୁଦ୍ଧା ୬୫ ହଜାର ୨୮୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଲକ୍ଷ ୮୫ ହଜାର ୯୯୬ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comments are closed.