ଜର୍ମାନୀର ଗୀତ ଗାଉଥିବା ଘର

ଜର୍ମାନୀର ପୂର୍ବ ପ୍ରାନ୍ତରେ ପାଞ୍ଚ ମହଲା ବିଶିଷ୍ଟ ନୀଳ ରଙ୍ଗର ଘରଟିଏ ଅଛି। ଦୂରଦୂରାନ୍ତରୁ ଆସୁଥିବା ଲୋକ ଓ ପର୍ଯ୍ୟଟକଙ୍କର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଲା ଏଇ ସୁଦୃଶ୍ୟ ଘରଟି। ଘରର ଚତୁଃପାର୍ଶ୍ବରେ ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ଲାଗିଛି। ଏହାର ବିଶେଷତ୍ବ ହେଲା, ବର୍ଷାଦିନେ ସେଇ ବାଦ୍ୟଯନ୍ତ୍ରରେ ପାଣି ସ୍ପର୍ଶ କରିବା ସହ ପ୍ରବେଶ କରିବା ମାତ୍ରେ ସୁନ୍ଦର ଧ୍ବନି ଉତ୍ପନ୍ନ ହୁଏ। ଏପରି ଅନୁଭୂତ ହୁଏ ଯେପରି କେହିଜଣେ ସୁମଧୁର ଗୀତଟିଏ ଗାଉଛି। ୧୯୯୯ରେ ନିର୍ମିତ ହୋଇଥିବା ଏଇ ଘରର ଡିଜାଇନ୍ କ୍ରିଷ୍ଟୋଫର୍ ରଫସନ୍‌ର ଓ ଆନେଟେ ପଲ୍ କରିଥିଲେ। କ୍ରିଷ୍ଟୋଫର୍‌ଙ୍କ ମତରେ ଘରର ଡିଜାଇନ୍ ନିମନ୍ତେ ତାଙ୍କୁ ୯ ବର୍ଷ ଲାଗିଥିଲା। ଏହା କାର୍ଯ୍ୟକାରୀ ଆଦୌ ସହଜ ନଥିଲା କିନ୍ତୁ ଶେଷରେ ସେ ସଫଳ ହୋଇପାରିଥିଲେ। ବର୍ଷବର୍ଷ ଚେଷ୍ଟା କରିବା ପରେ ହିଁ ଏଇ ଗୀତ ଗାଉଥିବା ଘରର ନିର୍ମାଣ କରିପାରିଥିଲେ। ବର୍ଷାଦିନେ ଏଇ ଘର ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକଙ୍କ ଖୁବ୍ ଭିଡ଼ ଜମେ। ଲୋକେ ଛତା ଧରି ରେନ୍‌କୋଟ୍‌ ପିନ୍ଧି ଘରୁ ଆସୁଥିବା ସମଧୁର ଧ୍ବନିକୁ ବେଶ୍ କିଛି ସମୟ ଉପଭୋଗ କରନ୍ତି।

Comments are closed.