କଂଗ୍ରେସ ଜାତୀୟ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ତାହା ଏତେଟା ଫଳପ୍ରଦ ସାବ୍ୟସ୍ତ ହେଉନାହିଁ। ଇତି ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି ଯେ, କଂଗ୍ରେସର ଜାତୀୟ ମୁଖପାତ୍ର ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କରୋନା ସଂକ୍ରମିତ ହୋଇଛନ୍ତି। ସ୍ୱାବ ପରୀକ୍ଷା ପରେ ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ତେବେ ବିଶେଷ କଥା ହେଉଛି, ସିଂଘଭୀଙ୍କ ଠାରେ କରୋନା ସଂକ୍ରମଣର ସ୍ତର ବ୍ୟାପକ ହୋଇନାହିଁ, ଏହା ପ୍ରାଥମିକ ସ୍ତରରେ ରହିଛି। ତେବେ ସିଂଘଭୀଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ତାଙ୍କ ସହ କାମ କରୁଥିବା ଅବଶିଷ୍ଟ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

Comments are closed.