ସିଂହମ୍‌-୩ର ପ୍ରସ୍ତୁତି

ମୁମ୍ବଇ : ଲକ୍‌-ଡାଉନ୍‌ ପରିସ୍ଥିତିରେ ବଲିଉଡ ମଧ୍ୟ ବିଶ୍ରାମ ନେଉଛି। ଏଇ ସମୟରେ ସୁଟିଂ ନଥିବାବେଳେ ନିର୍ଦେଶକ, କଳାକାରମାନେ ଘରେ ରହି ମଜା କରୁଛନ୍ତି। ପରସ୍ପର ମଧ୍ୟରେ ଭିଡିଓ କଲିଂ କରି ସମୟ ଅତିବାହିତ କରିବାବେ​‌େ​‌ଳ ଏ ବାବଦରେ ପ୍ରଶଂସକଙ୍କୁ ସୋସିଆଲ ସାଇଟ୍‌ ଜରିଆରେ ବାର୍ତ୍ତା ଦେଉଛନ୍ତି। ନିକଟରେ ନିର୍ଦେଶକ ରୋହିତ ସେଟ୍ଟି ପ୍ରକାଶ କରିଛନ୍ତି ଏଇ ସମୟରେ ସେ ସିଂହମ୍-୩ର କାହାଣୀ ଶେଷ କରିବେ। ଏହା ମଧ୍ୟରେ ସିଂହମ୍ ଅଜୟ ଦେବଗନ୍‌ଙ୍କ ସହ ବାର୍ତ୍ତାଳାପ କରି ଚୁକ୍ତି କରିନେଇଥିବାର ରୋହିତ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ସିଂହମ୍ ଚରିତ୍ର ନିମନ୍ତେ ସେ ଅନ୍ୟ କଳାକାରଙ୍କୁ ସୁଯୋଗ ଦେବା ସ୍ବପ୍ନରେ ସୁଦ୍ଧା ଭାବିବେନାହିଁ। କାରଣ ଅଜୟ ହିଁ ସମଗ୍ର ଭାରତବର୍ଷ ପାଇଁ ସିଂହମ୍‌ ହୋଇସାରିଛନ୍ତି। ୨୦୨୧ରେ ଏଇ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାର ଯୋଜନା ହୋଇଛି।

Comments are closed.