ସିଙ୍ଗାପୁର ସୁନ୍ଦର ଶିଶୁ ପ୍ରତିଯୋଗିତାରେ ଓଡିଶାର ଇଭାନ୍‌ ସବୁଠୁ ଆଗରେ

0

ସିଙ୍ଗାପୁର . –  ସିଙ୍ଗାପୁରରେ ପ୍ରତିବର୍ଷ ସୁନ୍ଦର ଶିଶୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହା ଅନ୍‌ଲାଇନ ପ୍ରତିଯୋଗିତା ।  ସିଙ୍ଗାପୁରରେ ବସବାସ କରୁଥିବା ସୁନ୍ଦର ଶିଶୁମାନଙ୍କର ଫଟୋ ଫେସ୍‌ବୁକ୍‌ରେ ଅପଲୋଡ୍‌ କରାଯାଇଥାଏ । ସର୍ବଧିକ ଲାଇକ ପାଇଥିବା ଶିଶୁମାନଙ୍କୁ ଏଥିରେ ବିଜେତା ଓ ତା ପରେ ଥିବା ଶିଶୁମାନଙ୍କୁ ଉପବିଜେତା ଘୋଷଣା କରାଯାଇଥାଏ । ୨୦୧୮ ମସିହାରେ ସିଙ୍ଗାପୁର ବେବି କଂଟେଷ୍ଟ ବା ସୁନ୍ଦର ଶିଶୁ ପ୍ରତିଯୋଗିତାରେ  ଓଡ଼ିଶାର ଇଭାନ୍‌ ସ୍ଥାନ ପାଇଛନ୍ତି ।

୧୪ ମାସର ଇଭାନ୍‌ ଙ୍କ ପିତା ଅଜୟ ସଫ୍ଟଓ୍ୱାର ଇଂଜିନିୟର । ଅଜୟଙ୍କ ଘର ସୋନପୁର ଜିଲାରେ । ଅଜୟ ଏବେ ଆଇବିଏମ୍‌ ପାଇଁ କାମ କରୁଛନ୍ତି । ସେ ଏବେ ସିଙ୍ଗାପୁରରେ ଅବସ୍ଥାପିତ । ଇଭାନ୍‌ଙ୍କ ମାଆ ସରିତା ବି ଇଂଜିନିୟରି ଶିକ୍ଷା ଗ୍ରହଣ କରିଛନ୍ତି  ।  ସରିତାଙ୍କର ଘର ସୁନ୍ଦରଗଡ଼ରେ ।   ଅଜୟ ଓ ସରିତାଙ୍କ ପୁଅ ଇଭାନ୍‌ ସିଙ୍ଗାପୁର ସୁନ୍ଦର ଶିଶୁ ପ୍ରତିଯୋଗିତାରେ ସମସ୍ତ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଏବେ ଆଗରେ ଅଛନ୍ତି ।

ଆପଣ ବି ଚାହିଁଲେ ଇଭାନ୍‌ ଙ୍କ ପାଇଁ ଭୋଟ୍‌ ଦେଇ ପାରିବେ । ତଳେ ଦିଆଯାଇଥିବା ଫଟୋ କିମ୍ବା ଲିଙ୍କରେ କ୍ଲିକ୍‌ କରି  ଲାଇକ୍‌ କଲେ ଇଭାନ୍‌ ଙ୍କର ଜିତିବାର ସମ୍ଭାବନା ଆହୁରି ବୃଦ୍ଧି ପାଇବ ।

https://www.facebook.com/sgbabycontest/posts/336541320232319?__tn__=K-R

Ibhan 14 months

Posted by Singapore Baby Contest on Wednesday, November 14, 2018

Leave A Reply